ଅସହ୍ୟ ଖରା, ଖୋର୍ଦ୍ଧା ଜିଲ୍ଲାରେ ୨୦ରୁ ୨୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି

0

ଖୋର୍ଦ୍ଧା ଜିଲ୍ଲାରେ ୨୦ରୁ ୨୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି । ଅସହ୍ୟ ଖରାକୁ ଦେଖି ଛୁଟି ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ।

ସେହିପରି ଦେବଗଡ଼ରେ ମଧ୍ୟ ୨୦ ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍, କଲେଜ ଛୁଟି ଘୋଷଣା । ଅଙ୍ଗନବାଡ଼ି କେନ୍ଦ୍ର ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ନିର୍ଦ୍ଦେଶ । ଏଥିସହ ଦେବଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ମିଳିଥିବାରୁ ଛୁଟି ଘୋଷଣା ଦେଲେ ଜିଲ୍ଲାପାଳ । ଯଦି ପରୀକ୍ଷା ଥାଏ ତେବେ ସକାଳୁଆ କରିବାକୁ ଜାରି ହେଲା ନିର୍ଦ୍ଦେଶ ।

ସେପଟେ ରାଜ୍ୟରେ କଲବଲ କରୁଛି ତାତି । ଆଗାମୀ ସପ୍ତାହରେ ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି । ଆସନ୍ତା ପାଞ୍ଚ ଦିନ ଯାଏ ତାତିରୁ ନାହିଁ ତ୍ରାହି । ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗରମ ସହ ହିଟ୍ ୱେଭ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆଜି ୩ ଜିଲ୍ଲା ସୁନ୍ଦରଗଡ ସମ୍ବଲପୁର ଓ ବଲାଙ୍ଗୀରରେ ରାତିରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୦ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଛି । ଆଜି ବି ରାଜ୍ୟରେ ପ୍ରବଳ ଖରା ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଛି ।

ପ୍ରବଳ ଗରମ ଓ ଗୁଳୁଗୁଳିକୁ ନେଇ ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା,କଟକ, ଖୋର୍ଦ୍ଧା, ପୁରୀ ,ନୟାଗଡ, ଜଗତସିଂହପୁର,ଗଂଜାମ ଓ ଗଜପତି ଏହି ୧୧ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମାଲକାନଗିରି , କୋରାପୁଟ ,ରାୟଗଡା, ଗଂଜାମ, ଗଜପତି ଓ କନ୍ଧମାଳ ଭଳି ୬ ଜିଲ୍ଲାକୁ କୁ ବିଜୁଳି ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର ଓ ନୂଆପଡା ଏହି ୫ ଜିଲ୍ଲାକୁ ହିଟଓ୍ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Leave A Reply

Your email address will not be published.