ପହିଲି ରଜରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର “କୁହୁଡି”*
ନିର୍ଦ୍ଦେଶକ ଅଜୟ ପାଢୀଙ୍କ ଫିଲ୍ମ ‘କୁହୁଡ଼ି’ ଆସନ୍ତା ପହିଲି ରଜ ୧୪ ଜୁନ ରେ ବଡ଼ ପରଦାକୁ ଆସିବା ନେଇ ଏକ ପ୍ରେସ୍ ମିଟ୍ ମାଧ୍ୟମରେ ଘୋଷଣା କରାଯାଇଛି । ସୁପରଷ୍ଟାର ଅନୁଭବ ମହାନ୍ତି କୁହୁଡି ରେ ଜଣେ ଓକିଲ ଭୂମିକାରେ ନଜର ଆସୁଛନ୍ତି । ଏହାସହ ଏଥିରେ ଅଭିନେତା ଦ୍ବିପନ୍ବିତ ଦାସମହାପାତ୍ର, ଅଭିନେତ୍ରୀ ସୁପ୍ରିୟା ନାୟକ, ପ୍ରକୃତି ମିଶ୍ର ମଧ୍ୟ ନଜର ଆସିବେ । ଅନୁଭବଙ୍କ ଏହା ବହୁ ପ୍ରତିକ୍ଷୀତ ଫିଲ୍ମ ଭିତରୁ ଗୋଟିଏ । ଚଳିତ ବର୍ଷର ପରଦାକୁ ଆସୁଥିବା ତାଙ୍କର ପ୍ରଥମ ଫିଲ୍ମ ହେବ । ଦର୍ଶକ ଏହାକୁ ଭରପୁର ଭଲପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଉଛି । ଏହି ଫିଲ୍ମ ରଜ ବଜାରକୁ ପୂରା ସରଗରମ କରିବ ବୋଲି ଦର୍ଶକ ଙ୍କ ମନରେ ଆଶା ବାନ୍ଧିଚି । ପୂର୍ବରୁ ଦ୍ବିପନ୍ବିତଙ୍କ ଅଭିନୟ ଆପଣ ‘ବିଗୁଲ୍’ରେ ଦେଖିଥିବେ । ଯାହା ବେଶ ଲୋକାଦୃତ ହୋଇପାରିଥିଲା । ଏଥିରେ ସେ ଏକ ଅଭିଯୁକ୍ତ ଭୂମିକାରେ ନଜର ଆସୁଛନ୍ତି। କାହାଣୀଟି ଏକ କୋଟ୍ ଡ୍ରାମା ବୋଲି ତାହାର ଟିଜର ରିଲିଜ୍ ହେବା ପରେ ଜଣାପଡ଼ୁଛି । କ୍ୟାମେରା କୁଇନ ପ୍ରଡ଼କସନ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର କୁହୁଡି ର ପ୍ରଯୋଜନା ଦାୟିତ୍ୱ ରେ ଅଛନ୍ତି ହିମାଦ୍ରୀ ତନୟ ଦାସ,
ନିର୍ଦ୍ଦେଶନା ଅଜୟ ପାଢ଼ୀ,
ଚିତ୍ରତ୍ତୋଳନ ଅନିଲ କାକ୍କୀ ଅଛନ୍ତି l
ଅନ୍ୟାନ୍ୟ ଭୂମିକାରେ କୁନା ତ୍ରିପାଠୀ,
ସୁକୁମାର ଟୁଡୁ, ସୁଶୀଲ ମିଶ୍ର, ଶକ୍ତି ବରାଳ ଏବଂ ଦୁଇଜଣ ଶିଶୁ କଳାକାର ପିହୂ ଏବଂ ଦୀକ୍ଷା ପ୍ରମୁଖ ଅଛନ୍ତି l କୁହୁଡି ଏକ ପାରିବାରିକ ବିଷୟବସ୍ତୁ ଆଧାରିତ ଚଳଚ୍ଚିତ୍ର l ରଜ ବଜାର ରେ ପୁରା ପରିବାର ସଦସ୍ୟ ଏକସାଙ୍ଗରେ ବସି ସମ୍ପୂର୍ଣ୍ଣ ସିନେମାରେ ମନୋରଞ୍ଜନ ପାଇପାରିବେ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ଆଶାପ୍ରକଟ କରିଛନ୍ତି।