ମୋଦୀଙ୍କୁ ସ୍ୱାଗତ କରିବାକୁ ଆମେରିକା ଉତ୍ସୁକ :ସର୍ଗିଓ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁନର୍ବାର ସ୍ବାଗତ କରବାକୁ ଆମେରିକା ଉତ୍ସୁକ ଥିବା ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ କହିଛନ୍ତି। ସେ କହିଛନ୍ତି, ଆମେରିକା ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ଥରେ ସ୍ୱାଗତ କରିବାକୁ ଚାହୁଁଛି। ବୈଦେଶିକ ସଚିବ ମାର୍କୋ ରୁବିଓ ଆମେରିକା ଗସ୍ତେର ଯିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ମୋଦୀ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିବେ ବୋଲି ଗୋର୍ ଆଶା ପ୍ରକାଶ କରିଛନ୍ତି। ଆମେରିକା-ଭାରତ ରଣନୈତିକ ସହଭାଗିତା ମଞ୍ଚ ନେତୃତ୍ୱ ସମ୍ମିଳନୀ-୨୦୨୬ରେ ଗୋର୍ ଭାରତକୁ ଆମେରିକାର ଏକ ବିଶ୍ୱସ୍ତ ସହଯୋଗୀ ବୋଲି କହିଛନ୍ତି। ଦୁଇଦେଶ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଖୁବ୍ ଶୀଘ୍ର ସ୍ବାକ୍ଷର କରିବେ ବୋଲି ସେ ଆଶା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଗୁରୁତ୍ୱ ଦେଉଛନ୍ତି।