ୱାକଫ୍‌ ବିଲ୍‌ : ଖେଳ କଲା କିଏ ? ବଦ୍ରି ନାରାୟଣ ପାତ୍ର କହିଲେ

0

ବଦ୍ରି ପାତ୍ର ସିଧାସିଧା କହିଲେ ୱାକଫ୍ ବିଲ୍‌ରେ ଖେଳ ହୋଇଛି ବୋଲି । ହେଲେ ସେ ଖେଳ କଲା କିଏ ? ତାହାକୁ ନେଇ ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଲ୍‌କୁ ବିରୋଧ କରିବାକୁ ନିର୍ଦ୍ଦେଶ ଦେବା ପରେ ବି କେମିତି ବରିଷ୍ଠ ସାଂସଦ ସସ୍ମିତ ପାତ୍ର ଏହାକୁ ସମର୍ଥନ ଦେଲେ ତାହା ଏବେ ପ୍ରଶ୍ନ ଘେରରେ ।

ବଦ୍ରିପାତ୍ରଙ୍କ ସାଙ୍ଘାତିକ ବୟାନ

କହିଲେ, ୱାକଫ୍‌ ବିଲ୍‌ରେ ଖେଳ ହୋଇଛି

ନବୀନ ବାବୁ ବିରୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ

ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି

ନିର୍ଦ୍ଦେଶ ପରେ ଏମିତି କେମିତି ହେଲା ?

ବିଜେଡିର ବରିଷ୍ଠ ନେତା ବଦ୍ରି ପାତ୍ର ସିଧାସଳଖ କହିଛନ୍ତି ବିଜେଡି ସଭାପତି ଦୁଇଦୁଇଥର ୱାକଫ୍‌ ବିଲ୍‌କୁ ବିରୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ମୁନ୍ନା ଖାନ୍‌ ସ୍ପଷ୍ଟ କରିଥିଲେ ଆମେ ବିଲ୍‌କୁ ବିରୋଧ କରିବୁ । ହେଲେ ସାଂସଦମାନେ କେମିତି ଗୋଟାଏ ଲାଇନ୍‌ରେ ଗଲେ ନାହିଁ ତାହା ପ୍ରଶ୍ନ । ଖାଲି ଏତିକି ନୁହେଁ ବିଲ୍‌କୁ ସମର୍ଥନ ଦେବା ପରେ ନବୀନ ବାବୁ ବି ଆଶ୍ଚର୍ଯ୍ୟ ବୋଲି କହିବାକୁ ପଛାଇ ନାହାନ୍ତି ବଦ୍ରି । କଥାହେଲା, ବିଜେଡି ପୂର୍ବରୁ କହିଥିଲା କି ୱାକଫ୍‌ ବିଲ୍‌କୁ ବିରୋଧ କରାଯିବ । ହେଲେ ଗତକାଲି ସଂଧ୍ୟାରେ ଦଳର ସାଂସଦ କହିଥିଲେ ବିବେକ ଅନୁସାରେ ଭୋଟ୍‌ ଦେବ ।

Leave A Reply

Your email address will not be published.