ଏମ.କେ ଷ୍ଟାଲିନଙ୍କ ସହ କଥା ହେବେ ଉଦ୍ଧବ ଠାକରେ

0

ମୁମ୍ବାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ ସରକାର ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସନାତନ ଧର୍ମ ସମ୍ପର୍କରେ ଦେଇଥିବା ବିବାଦୀୟ ବିବୃତ୍ତି ପରେ ରାଜନୈତିକ ମହଲରେ ଉତ୍ତ?ଜନା ଦେଖାଦେଇଛି । ମହାରାଷ୍ଟ୍ରର ପୂର୍ବତନ ସିଏମ୍‌ ଉଦ୍ଧବ ଠାକରେ ଉଦୟାନିଧିଙ୍କ ବକ୍ତବ୍ୟରେ ଅତ୍ୟନ୍ତ କ୍ରୋଧିତ ଏବଂ ସେ ଖୁବ ଶୀଘ୍ର ଉଦୟାନିଧିଙ୍କ ପିତା ତଥା ତାମିଲନାଡୁ ସିଏମଙ୍କ ସହ କଥା ହେବେ । ରବିବାର ଦିନ ମାଟୋଶ୍ରୀରେ ଅନୁଷ୍ଠିତ ବୈଠକରେ ଦଳ ନେତାଙ୍କ ସହ ଉଦ୍ଧବ ଠାକରେ ମଧ୍ୟ ଆଲୋଚନା କରିଥିଲେ ।

ଉଦୟାନିଧି କ’ଣ କହିଲା?
ଉଦୟାନିଧି କହିଥିଲେ, ‘ମଶା, ଡେଙ୍ଗୁ, କରୋନା ଏବଂ ମ୍ୟାଲେରିଆ ଏପରି ଜିନିଷ ଯାହାକୁ ଆମେ ବିରୋଧ କରିପାରିବୁ ନାହିଁ । ଆମକୁ ସେଗୁଡିକୁ ହଟାଇବାକୁ ପଡିବ । ସନାତନ ମଧ୍ୟ ଏହିପରି । ଆମର ପ୍ରଥମ କାର୍ଯ୍ୟ ହେଉଛି ସନାତନକୁ ବିରୋଧ କରିବା ନୁହେଁ ବରଂ ଏହାକୁ ବିଲୋପ କରିବା । ଉଦୟାନିଧିଙ୍କ ଏହି ବିବୃତ୍ତି ସାରା ଦେଶରେ ସମାଲୋଚିତ ହେଉଛି ।

Leave A Reply

Your email address will not be published.