ଅଗ୍ନିକାଣ୍ଡରେ ୭ ଜୀବନ୍ତ ଦଗ୍ଧ

0

ନୂଆଦିଲ୍ଲୀ (ଆମ ଟିଭି): ଆଜି ଭୋରରୁ ମୁମ୍ବାଇର ଗୁରଗାଁଓରେ ଏକ ୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିଛି । ଏଥିରେ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ଆହତ ହୋଇଛିନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରଥମେ ଆପାର୍ଟମେଣ୍ଟର ପାର୍କିଂ ଏରିଅରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁ ଆପାର୍ଟମେଣ୍ଟ ତଳେ ପାର୍କ ହୋଇଥିବା ବହୁ କାର୍‌ ଓ ବାଇକ୍‌ ହୁତୁହୁତୁ ହୋଇ ଜଳିଥିଲା। ଏହାପରେ ନିଆଁ କ୍ରମଶଃ ଉପରକୁ ବ୍ୟାପିଥିଲା।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ ସେମାନେ ନିଆଁକୁ କାବୁ କରିଥିବା ବେଳେ ଏହାପରେ ଭିତରେ ପଶି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ। ଲୋକେ ଶୋଇ ପଡ଼ିଥିବାରୁ ବାହାରକୁ ବାହାରି ପାରି ନ ଥିବା ଆଲୋଚନା ହେଉଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.