୨୦୨୪ ନିର୍ବାଚନ, ୫୦ ସିଟରେ ହାରିପାରେ ବିଜେପି: ଶଶି ଥରୁର

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଚର୍ଚ୍ଚାରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ମନ୍ତବ୍ୟ । ଗୋଟେପଟେ୨୦୧୯ ତୁଳନାରେ ୨୦୨୪ରେ ବଡ ଜିତ୍ ହାସଲ କରିବାକୁ ଅଣ୍ଟା ଭିଡିଛି ବିଜେପି। ହାତରେ ପୁଳା ପୁଳା ଯୋଜନା , କେନ୍ଦ୍ର ସରକାରଙ୍କ ମାଳ ମାଳ ଉପଲବ୍ଧି। ହେଲେ ବିଜେପିର ଏହି ବିଜୟ ଆଶା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର। ଖାଲି ପ୍ରଶ୍ନ ଉଠାଇନାହାଁନ୍ତି ବରଂ ଦଳ ହାରିଯାଇପାରେ ବୋଲି କହିଛନ୍ତି ଥରୁର।

ଶଶୀ ଥରୁରଙ୍କ ଅଙ୍କ କହୁଛି, ବିଜେପି ଆସନ୍ତା ସାଧାରଣ ନିର୍ବାଚନରେ ୫୦ ସିଟରେ ହାରିବା ସମ୍ଭାବନା ରହିଛି। କେରଳ ସାହିତ୍ୟ ମହୋତ୍ସବ ଅବସରରେ ତିରୁବନନ୍ତପୁରର କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି ଯେ, ୨୦୧୯ରେ ବିଜେପି ଉନ୍ନତ ପ୍ରଦର୍ଶନ କରିଥିଲା।

ବିଜେପି ପାଖରେ ପଶ୍ଚିମବଙ୍ଗର ୧୮ ସିଟ୍ ସମେତ ହରିୟାଣା, ଗୁଜରାଟ ଏବଂ ରାଜସ୍ଥାନରେ ପ୍ରାୟ ସବୁ ସିଟ ଥିଲା । ତେବେ ୨୪ ନିର୍ବାଚନରେ ବିଜେପିକୁ ସେଭଳି ଫଳାଫଳ ମିଳିବା ଅସମ୍ଭବ। ଏପରିକି ଦଳ ବହୁମତ ହାସଲ କରିବା ସମ୍ଭାବନା ବି କମ୍ ବୋଲି ଥରୁର କହିଛନ୍ତି। ମହୋତ୍ସବରେ ଥରୁର କହିଛନ୍ତି, ପୂର୍ବଭଳି ବିଜେପିକୁ ଆଉ ଲୋକେ ପସନ୍ଦ କରୁନାହାଁନ୍ତି। ଦେଶବାସୀ ଜାଣି ସାରିଲେଣି ଦଳର ଆକାଂକ୍ଷା କଣ। ତେଣୁ ଦଳକୁ ସେଭଳି ସଫଳତା ମିଳିବା କ୍ଷୀଣ।

Leave A Reply

Your email address will not be published.