ଏଣିକି ମାଗଣରେ ଦେଖିପାରିବେ ଆଇପିଏଲ: ଜାଣନ୍ତୁ କେମିତି?

0

ନୂଆଦିଲ୍ଲୀ (ଆମ ଟିଭି): ପାଖେଇ ଆସିଲାଣି ଆଇପିଏଲ ସିଜିନ୍ । ଯାହାକୁ ନେଇ ଏବେଠୁ ଉତ୍ସାହିତ ହେଲେଣି ଦର୍ଶକ । ଖେଳାଳିମାନଙ୍କର ମିନି ନିଲାମ ସରିବା ପରେ, ମ୍ୟାଚ୍ ଦେଖିବାକୁ ଅନେଇ ବସିଛନ୍ତି ପ୍ରତିଟି ଦଳର ଫ୍ୟାନ୍ସ । ଆଉ ଏହାରି ଭିତରେ ଆଇପିଏଲକୁ ଆସିଛି ଏକ ବଡ ଖବର । ଏଣିକି ଆଉ ପଇସା ଦେଇ ନୁହେଁ, ବରଂ ମାଗଣାରେ ଆଇପିଏଲ୍ ମ୍ୟାଚ୍ ଦେଖିପାରିବେ ଦର୍ଶକ । ମୋବାଇଲ୍ ସାହାଯ୍ୟରେ ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ପୂର୍ବରୁ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା । ଏଥିପାଇଁ ଡିଜନୀ ପ୍ଲସ୍ ହଟଷ୍ଟାର ଆପକୁ ସବସ୍କ୍ରାଇବ କରିବା ସହିତ ଏଥିପାଇଁ ଟଙ୍କା ମଧ୍ୟ ଦେବାକୁ ପଡୁଥିଲା । ହେଲେ ଚଳିତ ବର୍ଷ ମୋବାଇଲରେ ମ୍ୟାଚ୍ ଦେଖିବାକୁ ଆଉ ଦର୍ଶକଙ୍କୁ ଟଙ୍କା ଦେବାକୁ ପଡିବନି, କି ଖର୍ଚ୍ଚାନ୍ତ ହେବାକୁ ବି ପଡିବନି । ବରଂ ମାଗଣାରେ ଆଇପିଏଲର ସମସ୍ତ ମ୍ୟାଚ୍ ଦେଖିପାରିବେ ଦର୍ଶକ ।

ଏ ବର୍ଷ ଡିଜିଟାଲ ପ୍ଲାଟଫର୍ମରେ ଆଇପିଏଲର ସିଧାପ୍ରସାରଣ କରିବ ଜିିଓ ସିନେମା ଆପ୍ । ତେଣୁ ଯେଉଁ ମୋବାଇଲ୍ ୟୁଜର୍ସମାନେ ଜିଓ ସିମ୍ ୟୁଜ୍ କରୁଛନ୍ତି, ସେମାନେ ଏହି ଆପ୍ ପାଇଁ ଆଉ ଅଲଗା ଟଙ୍କା ଦେବାକୁ ପଡିବନି । ତେଣୁ ଜିଓ କଲ୍ ଆଉ ଡାଟା ରିଚାର୍ଜ ସହିତ ୟୁଜର୍ସମାନେ ମାଗଣାରେ ଆଇପିଏଲ୍ ମ୍ୟାଚର ମଧ୍ୟ ମଜା ଉଠାଇପାରିବେ । ଡିଜିଟାଲ ପ୍ଲାଟଫର୍ମରେ ଆଇପିଏଲର ମାଗଣା ସିଧାପ୍ରସାରଣ ହେବା ସହିତ, ଚଳିତ ବର୍ଷ ୧୧ଟି ଭିନ୍ନ ଭିନ୍ନ ଭାଷାରେ ମ୍ୟାଚର କମେଣ୍ଟ୍ରି ମଧ୍ୟ ହେବ । ପୂର୍ବରୁ କେବଳ ହିନ୍ଦୀ, ଇଂରାଜୀ, ତାମିଲ୍, ତେଲୁଗୁ ଭଳି ୫ଟି ଭାଷାରେ କମେଣ୍ଟ୍ରି ହେଉଥିବାବେଳେ, ଚଳିତ ବର୍ଷଠାରୁ ଭୋଜପୁରୀ, ପଞ୍ଜାବୀ ଏବଂ ବଙ୍ଗାଳୀ ଭାଷାକୁ ମିଶାଇ ମୋଟ ୧୧ଟି ଭାଷାରେ ଆଇପିଏଲ୍ କମେଣ୍ଟ୍ରି ଦେଖିବାକୁ ମିଳିବ ।

Leave A Reply

Your email address will not be published.