ବିବାହ ବନ୍ଧନରେ ବାନ୍ଧି ହେଲେ କେ.ଏଲ ରାହୁଲ

0

ନୂଆଦିଲ୍ଲୀ (ଆମ ଟିଭି): ହାତରୁ ଦୁଇ ହାତ ହେଲେ କେ.ଏଲ ରାହୁଲ । ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର କେ.ଏଲ ରାହୁଲ ଓ ଅଭିନେତ୍ରୀ ଆଥେୟା ସେଟୀ । ୩ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଶେଷରେ ପରସ୍ପରର ହାତ ଧରିଛନ୍ତି ଏହି ଚର୍ଚ୍ଚିତ ଯୋଡି । ଖଣ୍ଡାଲାରେ ଥିବା ସୁନୀଲ ସେଟୀଙ୍କ ଫାର୍ମ ହାଉସରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ବି-ଟାଉନର ଅନେକ ଜଣାଶୁଣା କଳାକାର ବିବାହରେ ପହଁଚି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୨୧ ତାରିଖରୁ ମୁମ୍ବାଇରେ ଆଥେୟା-ରାହୁଲଙ୍କ ପ୍ରିୱେଡିଂ ପାର୍ଟିର ଆୟୋଜନ କରାଯାଇଥିଲା । ସଂଗୀତ, ମେହେନ୍ଦୀ ଶେଷ କରି ରବିବାର ପୂରା ପରିବାର ସହ ଖଣ୍ଡାଲାରେ ପହଁଚିଥିଲେ ଆଥେୟା ଓ ରାହୁଲ । ସେମାନଙ୍କ ବିବାହରେ ୧୦୦ ଜଣ ବଛା ବଛା ଅତିଥୀ ସାମିଲ ହୋଇଥିଲେ ।

ସେପଟେ ଝିଅ ବିବାହ ପରେ ସୁନିଲ ସେଟ୍ଟୀ ମୁମ୍ବାଇରେ ଏକ ବଡ ରିସେପନ୍ସ ପାର୍ଟି ଦେବାକୁ ଯାଉଛନ୍ତି । ଯେଉଁଥିରେ ୩ହଜାର ଅଧିକ ଅତିଥୀ ସାମିଲ ହେବା ନେଇ ଜଣାପଡିଛି । ସେଲିବ୍ରେଟିଙ୍କ ଠୁ ଆରମ୍ଭ କରି କ୍ରିଡାଜଗତର ନାମି ତାରକା ଓ ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହେବେ । ତେବେ ଏହି ରୟାଲ ୱେଡିଙ୍ଗ ସେରିମନି ଅନ୍ୟ ସେଲିବ୍ରେଟିଙ୍କ ବିବାହ ଭଳି ନୋ ଫୋନ୍ ପଲିସି ରହିଛି ।

Leave A Reply

Your email address will not be published.