ବହୁ ବାଦବିବାଦ ପରେ ରିଲିଜ୍ ହେଲା ପଠାନ୍
ନୂଆଦିଲ୍ଲୀ(ଆମ ଟିଭି): ବହୁ ବାଦ ବିବାଦ ପରେ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ପଠାନ୍ । ବିବାଦ ଭିତରେ ଆଜି ରିଲିଜ୍ ହୋଇଛି ପଠାନ ମୁଭି । ଦେଶବ୍ୟାପି ହଜାର ହଜାର ସିନେମା ହଲରେ ରିଲିଜ ହୋଇଛି । ନାଇଟ ଶୋରୁ ହିଁ ଫିଲ୍ମ ହାଉସ ଫୁଲ୍ । ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ନାହିଁ ନଥିବା କ୍ରେଜ୍ । ଲିଡ ରୋଲରେ ନଜର ଆସିଛନ୍ତି କିଙ୍ଗ ଖାନ୍ ଶାହରୁଖ ଓ ମସ୍ତାନୀ ଗର୍ଲ ଦୀପିକା ।
ଜନ ଆବ୍ରାହାମଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଦେଖିବାକୁ ମିଳିଛି । ଶାହାରୁଖଙ୍କ କ୍ରେଜ ଆଗରେ କାମ କରିନି ବୟକଟ ଟ୍ରେଣ୍ଡ । ସବୁଠି ସିନେମାକୁ ଭଲ ରେସପନ୍ସ ମିଳିଛି । ଆଡଭାନ୍ସ ଟିକେଟ ବୁକିଂରେ ରେକର୍ଡ କରିସାରିଛି ପଠାନ । ଅଗ୍ରୀମ ବୁକିଂ ପ୍ରାୟ ୭ଲକ୍ଷ ଟିକେଟ ବିକ୍ରି ହୋଇଛି ।