ହାଣ୍ଡିଶାଳରେ ଫୁଟିଲା ହସ, ଇନ୍ଧନ ପରେ ୪୦ ଟଙ୍କା କମିଲା ସୋରିଷ ତେଲ

0

ନୂଆଦିଲ୍ଲୀ: ମହଙ୍ଗା ମାଡ଼ ମଧ୍ୟରେ ହାଣ୍ଡିଶାଳରେ ଫୁଟିଲା ହସ। ପେଟ୍ରୋଲ-ଡିଜେଲ ଦର ପରେ ୪୦ ଟଙ୍କା କମିଲା ଘଣା ସୋରିଷ ତେଲ ଦର। ଦରଦାମ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ଶନିବାର ଦିନ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ପେଟ୍ରୋଲ ଉପରେ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ ଉପରେ ୬ ଟଙ୍କା ଉତ୍ପାଦନ ଶୁଳ୍କ ହ୍ରାସ କରିଥିଲେ। ପେଟ୍ରୋଲ-ଡିଜେଲ ଉତ୍ପାଦନ ଶୁଳ୍କ ହ୍ରାସ ହେବା ପରେ ଏବେ ଘଣା ସୋରିଷ ତେଲ ଦର ତଳକୁ ଖସିଛି।


ବୈଦେଶିକ ବଜାରରେ ଖାଇବା ତେଲର ଦର ବୃଦ୍ଧି ମଧ୍ୟରେ ଇଣ୍ଡୋନେସିଆରୁ ରପ୍ତାନି ଆରମ୍ଭ ହେବାରୁ ଭାରତୀୟ ବଜାରରେ ଏହାର ବଡ଼ ପ୍ରଭାବ ପଡ଼ିଛି। ଘଣା ସୋରିଷ ତେଲ ଦର କମ ହେବା ସହ ଲୋକେ ଟିକେ ଆଶ୍ବସ୍ତ ହୋଇଛନ୍ତି।

Leave A Reply

Your email address will not be published.