ମାର୍ଚ୍ଚ ଆରମ୍ଭରୁ ଅସମ୍ଭାଳ ତାତି

0

ଭୁବନେଶ୍ୱର (ଆମ ଟିଭି): ମାର୍ଚ୍ଚ ଆରମ୍ଭରୁ ଆଉ ନିସ୍ତାର ନାହିଁ । ବଢିବ ପ୍ରବଳ ତାତି । ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇପାରେ । ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ତାତି ୪୧ ଡିଗ୍ରୀ ଛୁଇଁ ପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଆସନ୍ତା ମାର୍ଚ୍ଚ ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୭ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବ ବୋଲି ମଡେଲ୍ ଦର୍ଶାଉଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ତାପପାତ୍ରା ସ୍ୱାଭାବିକଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ଉପରେ ରହୁଛି । ବର୍ତ୍ତମାନ ରାଜ୍ୟକୁ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ହେଉଛି । ଦୀର୍ଘ ଦିନ ହେବ ବର୍ଷା ନହେବା ଏବଂ ମାଟି ଶୁଷ୍କ ରହିବାରୁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ମାର୍ଚ୍ଚ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ରାଜ୍ୟରେ ସ୍ଥିତି ସଂଗୀନ ହେବ ବୋଲି ଆକଳନ କରାଯାଇଛି ।

Leave A Reply

Your email address will not be published.