ଭୁବନେଶ୍ୱରରେ ଲଞ୍ଚ ହେଲା ପର୍ପଲର ସ୍କିନ୍ କେୟାର ବ୍ରାଣ୍ଡ ଡର୍ମଡକ୍
ଭୁବନେଶ୍ୱର : ମନ୍ଦିର ମାଳିନୀ ସହର, ଭୁବନେଶ୍ୱରରେ ଲଞ୍ଚ ହେଲା ପର୍ପଲର ସ୍କିନ୍ କେୟାର ବ୍ରାଣ୍ଡ, ଡର୍ମଡକ୍ । ପୁରା ଓଡ଼ିଶା ଏବେ ଅନୁଭବ କରିବ ଏକ ପ୍ରଭାବଶାଳୀ ଏବଂ ବଜେଟ୍ ଅନୁକୂଳ ସ୍କିନ୍ କେୟାର ବ୍ରାଣ୍ଡ ରାଜ୍ୟର ବହୁ ପ୍ରଖ୍ୟାତ ଚର୍ମରୋଗ ବିଶେଷଜ୍ଞ ମାନଙ୍କ ସହ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏକ ବର୍ନାଢ୍ଯ ଓ ସ୍ବତନ୍ତ୍ର ଉତ୍ସବରେ, ପର୍ପଲର ଏହି ସ୍କିନ୍ କେୟାର ବ୍ରାଣ୍ଡ, ଡର୍ମଡକ୍ ଲଞ୍ଚ ହୋଇଥିଲା ।
ପ୍ରଥମେ ଚର୍ମରୋଗ ବିଶେଷଜ୍ଞ ମାନେ ଡର୍ମଡକ୍ ର ପ୍ରଭାବ କୁ ବିଭିନ୍ନ ଦିଆଗରୁ ଦିଗରୁ ପରୀକ୍ଷା ଓ ଅନୁଭବ କରିଥିଲେ ପରେ ଆସିଥିବା ସମସ୍ତ ଅତିଥି ମାନଙ୍କୁ ଡର୍ମଡକ୍ ର ଫେସ ସେରମ୍, କ୍ଲିନସର୍, ହେୟାର କେୟାର, ଶରୀର ଚିକିତ୍ସା ଓ ଅନେକ ପ୍ରଡକ୍ଟ୍ ବିଷୟରେ ବିସ୍ତାରରେ ବୁଝାଇଥିଲେ
ଏହି ପର୍ପଲର ବିଭାଗୀୟ ମୁଖ୍ୟ, କୌଶତବ ଭୌମିକ କହିଥିଲେ ଯେ, ‘୨୦୧୨ ରେ ପ୍ରତିଷ୍ଠିତ ହୋଇଥିବା ପର୍ପଲ୍ ଗ୍ରୁପ୍ ହେଉଛି ଭାରତର ଏକ ଅଗ୍ରଣୀ ଅନଲାଇନ ବିଉଟି ପ୍ଲାଟଫର୍ମ
ଏକ ହଜାରରୁ ଉର୍ଦ୍ଧ ତାଲିକାଭୁକ୍ତ ବ୍ରାଣ୍ଡ, ୬୦,୦୦୦ରୁ ଉର୍ଦ୍ଧ ଉତ୍ପାଦ ଏବଂ 7 ମିଲିୟନ୍ ରୁ ଉର୍ଦ୍ଧ ମାସିକ ସକ୍ରିୟ ଉପଭୋକ୍ତା ସହିତ ଏକ ଶକ୍ତିଶାଳୀ ପ୍ଲାଟଫର୍ମ । ପର୍ପଲ୍ ୨୦୨୨ ରେ ୬,୦୦୦ରୁ ଉର୍ଦ୍ଧ ଅଫଲାଇନ୍ ଟଚ୍ ପଏଣ୍ଟ ଏବଂ ୮ ଟି ସ୍ୱତନ୍ତ୍ର ଆଉଟଲେଟ୍ ଷ୍ଟୋର ସହିତ ବିଜନେସ ବିସ୍ତାର କରିଥିଲା’ । ଏବେ ଭାରତରେ ସବୁଠାରୁ ଅଧିକ ଲୋକପ୍ରିୟ ପ୍ଲାଟଫର୍ମ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ |
ପର୍ପଲର ସହ ପ୍ରତିଷ୍ଠାତା, ରାହୁଲ ଦାଶ କହିଥିଲେ ଯେ, “ଡର୍ମଡକ୍ ହେଉଛି ଏକ ଅଗ୍ରଣୀ ସ୍କିନ୍ କେୟାର ଏବଂ ହେୟାର କେୟାର ବ୍ରାଣ୍ଡ ଯାହା ପ୍ରମାଣ-ସମର୍ଥିତ, ବିଜ୍ଞାନ-ଆଧାରିତ ଉତ୍ପାଦଗୁଡିକ ବିକଶିତ କରିଛି ଯାହା ଆମର ସମସ୍ତ ଚର୍ମରୋଗ ଏବଂ ହେୟାର କେୟାରର ଅତି ସହଜରେ ଓ ଆବଶ୍ୟକତା ଅନୁଯାୟୀ ଯତ୍ନ ନେଇଥାଏ । ଏହି ଉତ୍ପାଦ ମାନଙ୍କ ମଧ୍ୟରେ ଫେସ୍ କ୍ରିମ୍, ଫେସ୍ ୱାଶ୍, ଟୋନର୍ସ, ସିଟ୍ ମାସ୍କ, ନାଇଟ୍ କ୍ରିମ୍ ଏବଂ ସନ୍ସ୍କ୍ରିନ୍ ଅନ୍ତର୍ଭୁକ୍ତ
ସମସ୍ତ ଡର୍ମଡକ୍ ଉତ୍ପାଦଗୁଡିକ 100% ପାରାବେନ୍ ମୁକ୍ତ, ସଲଫେଟ୍ ମୁକ୍ତ ଏବଂ ସବୁଠାରୁ ବଡକଥା, ଏହା ସବୁ ପାର୍ଶ୍ଵ ପ୍ରତିକ୍ରିୟା ବିହୀନ । ଡର୍ମଡକ୍ ର ସମସ୍ତ ଉତ୍ପାଦଗୁଡିକ Purplle.com ଏବଂ ଦେଶର କିଛି ଲୋକପ୍ରିୟ ଓ ପରିଚିତ ଆଉଟଲେଟ୍ ରେ ଉପଲବ୍ଧ
Purplle.com ରେ ସ୍କିନ୍ କେୟାର ଶମ୍ବଧୀୟ ସମସ୍ତ ପ୍ରଶ୍ନ ଓ ଉତ୍ତର ଛଡା ସମସ୍ତ ପ୍ରଡକ୍ଟ୍ ର ସବିଶେଷ ତଥ୍ୟ ମଧ୍ୟ ଉପଲବ୍ଧ । ଏହି ପ୍ରଡକ୍ଟ୍ ଗୁଡିକ ନିଶ୍ଚୟ ବ୍ୟବହାରକାରୀଙ୍କୁ ଏକ ନୂଆ ଅନୁଭବ ଦେବେ ବୋଲି ସେ କହିଥିଲେ ।
ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଥିଲେ ଡର୍ମଡକ୍ ବ୍ରାଣ୍ଡ ମ୍ୟାନେଜର ଶ୍ରୁତି ମାନେ, ସିଲିଙ୍କ ଏମ ଡି, ଅପର୍ଣ୍ଣା ଶତପଥୀ, ଏ ଏନ୍ ମେକପ୍ ଏକାଡେମୀ ର ମାଲିକ, ନିଳୀମା ଦାସ ଓ କ୍ରିଏଟିଭ୍ ହେଡ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ ।