ସମ୍ବଲପୁରରେ ସନ୍ଧ୍ୟା ସୁଦ୍ଧା ମିଳିବ ଇଣ୍ଟରନେଟ୍

0

ସମ୍ବଲପୁର (ଆମ ଟିଭି): ସମ୍ବଲପୁରେ ସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି । ଏହାରି ଭିତରେ ଯାହା ଖବର ମିଳିଛି, ସମ୍ବଲପୁରରେ ସନ୍ଧ୍ୟା ସୁଦ୍ଧା ମିଳିବ ମୋବାଇଲ ଇଣ୍ଟରନେଟ୍ । ସନ୍ଧ୍ୟା ୬ଟାରେ ମୋବାଇଲ ଇଣ୍ଟରନେଟ୍ ଆସିବ । ୯ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହେବ । ଏ ନେଇ ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି । ପୂର୍ବରୁ ବ୍ରଜବ୍ୟାଣ୍ଡ ଓ ଲିଜଲାଇନ୍ ସେବା ଉପଲବ୍ଧ ଅଛି । ତେବେ ଗତ ୧୩ ତାରିଖରୁ ଇଣ୍ଟନେଟ୍ ସେବା ବନ୍ଦ ଥିଲା ।

ଏପଟେ ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସଦଭାବନା ଯାତ୍ରା କରାଯାଇଛି । ଯେଉଁ ଯାତ୍ରାରେ ଉଭୟ ସମ୍ପ୍ରଦାୟର ଲୋକ ସାମିଲ ହୋଇଥିଲେ । ଆଉ ପରସ୍ପରକୁ ଆଲିଙ୍ଗନ କରି ଶାନ୍ତିର ବାର୍ତା ଦେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତକାଲି ହୋଇଥିବା ଶାକ୍ତି ଶୋଭାଯାତ୍ରାରେ ବ୍ୟାନରର ଗୋଟିଏ ପାର୍ଶ୍ୱକୁ ଜଣେ ହିନ୍ଦୁ ଧରିଥିବାବେଳେ ଆଉ ଗୋଟିଏ ପାଶ୍ୱର୍କୁ ଜଣେ ମୁସଲିମ ସମ୍ପ୍ରଦାୟର ଲୋକ ଧରିଥିଲେ ।

Leave A Reply

Your email address will not be published.