ନୂଆଦିଲ୍ଲୀ(ଆମ ଟିଭି): ଉତ୍ତରପ୍ରଦେଶର ଶକ୍ତିଶାଳୀ ଗ୍ୟାଙ୍ଗଷ୍ଟର ଅତିକ ଓ ଅସରଫଙ୍କ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଏହାକୁ ନେଇ ଯୋଗୀ ସରକାରଙ୍କ ଉପରେ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି । ଏହାରିଭିତରେ ଏହି ହତ୍ୟା ମାମଲାରେ ଉତ୍ତର ପ୍ରଦେଶ ସରକାର ବଡ ପଦକ୍ଷେପ ନେଇଛନ୍ତି । ଯୋଗୀ ସରକାର ସୁପ୍ରିମକୋର୍ଟରେ ଏନେଇ କ୍ୟାଭିଏଟ ଦାଖଲ କରିଛନ୍ତି । ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରି କୁହାଯାଇଛି ଯେ ୨୮ ଅପ୍ରେଲରେ ହେବାକୁ ଥିବା ଶୁଣାଣିରେ ତାଙ୍କ ପକ୍ଷ ଶୁଣିବା ପରେ ହିଁ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଉ ।
ଆଇନଜୀବୀ ବିଶାଲ ତିୱାରୀ ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ ଦାଖଲ କରିଥିଲେ । ଅତିକ- ଅଶ୍ରରଫ ହତ୍ୟାକାଣ୍ଡ ମାମଲାରେ ଶୀର୍ଷ ନ୍ୟାୟାଳୟ ଅବସରପ୍ରାପ୍ତ ଜଜଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ଘଟଣାର ଯାଞ୍ଚ କରିବା ପାଇଁ ଆବେଦନ କରିଥିଲେ । ଏହା ଉପରେ ଆସନ୍ତା ଅପ୍ରେଲ ୨୮ ତାରିଖରେ ଶୁଣାଣି ହେବ ।