ଏଥର ରଜରେ ଅନୁଭବ ମହାନ୍ତିଙ୍କ ‘ଲଭ ଇନ୍ ଲଣ୍ଡନ’

0

ଭୁବନେଶ୍ୱର : ନିକଟରେ ବର ବେଶରେ ଥିବା ଅନୁଭବ ମହାନ୍ତିଙ୍କ ଏକ ଫଟୋକୁ ନେଇ ସୋସିଆଲ ମିଡ଼ିଆରେ ହଇଚଇ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସମସ୍ତେ। ଆଉ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସିଥିଲା ଯେ କଣ ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ କରିଛନ୍ତି କି? ଫଟୋ ଓ ଭିଡିଓରେ ଥିବା ଯୁବତୀ ଜଣକ କିଏ? ତେବେ ପରେ ଏହା ଏହି ଫିଲ୍ମର ଏକ ବିବାହ ଦୃଶ୍ୟ ବୋଲି ଜଣା ପଡିବା ପରେ ଅନୁଭବଙ୍କ ଫ୍ଯାନ ମାନଙ୍କ ଭିତରେ ଖୁସିର ଲହରୀ ଖେଳି ଯାଇଥିଲା ଓ ଜଣା ପଡିଥିଲା ଯେ ଫିଲ୍ମଟି ହେଉଛି ତାଙ୍କର ଆଗାମୀ ରୋମାଣ୍ଟିକ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ ।
ଜେ.ବି. ଫିଲ୍ମ୍ସ ଓ ଆମର ଷ୍ଟୁଡିଓ ବ୍ୟାନର ରେ, ନବୀନ ଭଣ୍ଡାରି ଓ ଜେ. ବର୍ଖା ପ୍ରଯୋଜିତ ଏହି ଭିନ୍ନ ଧରଣର ରୋମାଣ୍ଟିକ ଫିଲ୍ମ, ‘ଲଭ ଇନ୍ ଲଣ୍ଡନ’ରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ନବାଗତା ସ୍ୱପ୍ନା ପ୍ରିୟଦର୍ଶିନୀ । ଏହାର ଅନ୍ୟତମ ନାୟିକା ହେଲେ ସୌମ୍ୟା ସଚଦେବ । ଏହି ଫିଲ୍ମର ନିର୍ଦେଶନା ଦାୟିତ୍ବ ବହନ କରିଛନ୍ତି ତାପସ ସରଘରିଆ । ସେ ନିଜେ ଏହାର କାହାଣୀ ଲେଖିଥିବା ବେଳେ ଚିତ୍ରନାଟ୍ୟ ଲେଖିଛନ୍ତି ସୁରେଶ ପଟ୍ଟନାୟକ ଏବଂ ଅନ୍ତର୍ଯ୍ୟାମୀ ସରଘରିଆ ସଂଳାପ ରଚନା କରିଛନ୍ତି । ଗୀତର ସ୍ବର ସଜାଇଛନ୍ତି ବୈଦ୍ୟନାଥ ଦାଶ ଓ ସୋମେସ୍ ଶତପଥି ।
ଫିଲ୍ମର ସୁଟିଂ ଲଣ୍ଡନରେ ଓ ବାରିପଦାରେ ହୋଇଥିବା ବେଳେ, ଫିଲ୍ମର ଫାଷ୍ଟ ପୋଷ୍ଟର ସେୟାର କରିଛନ୍ତି ଅନୁଭବ । ପୋଷ୍ଟରରେ ନଜର ଆସିଥିଲା ଓଲିଉଡର ହ୍ୟାଣ୍ଡସମ ଆକ୍ଟର ତଥା ସାଂସଦ ଅନୁଭବଙ୍କ ଏକ ଲିପକିସ୍ ସିନ୍ ଆଉ ରିଲ୍ ଲାଇଫର ଏହି କିସ୍ ପାଇଁ ‘ଲଭ ଇନ୍ ଲଣ୍ଡନ’ ବେଶ୍ ଚର୍ଚ୍ଚାରେ ଅଛି । ଫିଲ୍ମ ର ଟିଜର ଆମର ମ୍ଯୁଜିକ ୟୁଟ୍ଯୁବ ଚ୍ଯାନେଲ ରେ ରିଲିଜ ହେଇ ସାରାଛି। ଫିଲ୍ମର ପ୍ରଚାର ଓ ପ୍ରସାର ଦାୟିତ୍ବରେ ଥିବା ମିଡ଼ିଆ ପ୍ଲାନର୍ ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି କି ଏହି ଫିଲ୍ମର ଖାସ କଥା, ଓଲିଉଡ ର ଭାଇଯାନ ୨୦୧୯ ପରେପୁଣି ଥରେ ଏହି ଫିଲ୍ମ ମାଧ୍ୟମରେ ବଡ଼ ପରଦାକୁ କମ୍ ବ୍ୟାକ୍ କରୁଥିବାରୁ ‘ଲଭ ଇନ୍ ଲଣ୍ଡନ’ ଓଡ଼ିଶାରେ ଏଇ ବର୍ଷର ସବୁଠାରୁ ବଡ଼ ହିଟ୍ ନିଶ୍ଚୟ ହେବ ।

Leave A Reply

Your email address will not be published.