ଫନି ବାତ୍ୟାକୁ ପୁରିଲା ୪ ବର୍ଷ

0

ଭୁବନେଶ୍ୱର (ଆମ ଟିଭି): ଫନି ବାତ୍ୟାକୁ ପୁରିଲା ୪ ବର୍ଷ । ଆଜିବି ମନରୁ ଲିଭିନି ସେହି ବିଭିଷିକାର ଦୃଶ୍ୟ । ୨୦୧୯ ଆଜିର ଦିନରେ ବାତ୍ୟା ଫନି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଓଡିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ପ୍ରାୟ ୨୪ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଥିଲା ଫନି । ଏଥିରେ ରାଜ୍ୟର ୧୪ ଟି ଜିଲ୍ଳା ପ୍ରଭାବିତ ହୋଇଥିଲା । ଫନି ପରେ ସ୍ମାର୍ଟସିଟି ଭୁବନେଶ୍ୱରକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ଅନେକ କଷ୍ଟ କରିବାକୁ ପଡିଥିଲା । ସହରରେ ଅନେକ ଦିନ ଧରି ବିଦ୍ୟୁତ ଆସିନଥିଲା । ଇଣ୍ଟରନେଟ ସେବା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ।

ସରକାରଙ୍କ ଜିରୋ କାଜୁଆଲିଟି ମିଶନ ସଫଳ ହୋଇଥିଲା । ତଳି ଅଞ୍ଚଳକୁ ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା । ପୁରୀରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ଫନି । ଫଳରେ ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ଓ ଜଗତସିଂହପୁରରେ ଏହାର ବେଶି ପ୍ରଭାବ ହୋଇଥିଲା । ପ୍ରାୟ ୧ କୋଟି ୬ ଲକ୍ଷ ଲୋକ ଫନିରେ ପ୍ରଭାବିତ ହୋଇଥିଲେ । ପୁରୀରେ ଲକ୍ଷେରୁ ଅଧିକ ଘର ଭାଙ୍ଗିଯାଇଥିଲା । ଏହି ବାତ୍ୟାକୁ ଆଜି ୪ ବର୍ଷ ପୂରିଛି । ହେଲେ ଆଜି ବି ଲୋକଙ୍କ ମନରୁ ସେ ସ୍ମୃତି ହଜିନି ।

Leave A Reply

Your email address will not be published.