କୁନୋ ଜାତୀୟ ଉଦ୍ୟାନରେ ଆଉ ଗୋଟିଏ ଚିତାର ମୃତ୍ୟୁ

0

ନୂଆଦିଲ୍ଲୀ (ଆମ ଟିଭି): ମଧ୍ୟପ୍ରଦେଶରୁ ଆସିଲା ଆଉ ଏକ ଦୁଃଖଦ ଖବର । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ କମିଲା ଚିତା ସଂଖ୍ୟା । ଆଜି ଆଉ ଏକ ଚିତାର ମୃତ୍ୟୁ ହୋଇଛି । ମାଇ ଚୀତା ଧୀରା ମୃତ୍ୟୁବରଣ କରିଛି । ତେବେ ଏହି ଚୀତାର ମୃତ୍ୟୁ କୌଣସି ରୋଗରେ ନୁହେଁ ବରଂ ଅନ୍ୟ ଏକ ଚିତା ସହ ଲଢ଼େଇରେ ହୋଇଛି । ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ଧୀରା ଅନ୍ୟ ଏକ ଚିତା ସହ ଲଢେଇ କରିଥିଲା ଯେଉଁଥିରେ ତାର ମୃତ୍ୟୁ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ଏବଂ ନାମ୍ବିବ୍ୟାରୁ ଆସିଥିବା ଏହା ତୃତୀୟ ଚୀତାର ମୃତ୍ୟୁ ଅଟେ ।

ଏହା ପୂର୍ବରୁ କୁନୋ ଜାତୀୟ ଉଦ୍ୟାନରେ ଉଦୟ ନାମକ ପୁରୁଷ ଚିତାର ମୃତ୍ୟୁ ହୋଇଥିଲା । ତାକୁ ଦକ୍ଷିଣ ଆଫ୍ରିକାରୁ କୁନୋ ଅଣାଯାଇଥିଲା । ସର୍ବପ୍ରଥମେ ମାଇ ଚିତା ଶାସାର ମୃତ୍ୟୁ ହୋଇଥିଲା । ଶାସାର ମୃତ୍ୟୁ କିଡନୀଜନିତ ରୋଗ କାରଣରୁ ହୋଇଥିଲା । ସୂଚନାଥାଉକି, ନାମ୍ବିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ କୁନୋ ଜାତୀୟ ଉଦ୍ୟାନକୁ ୨୦ଟି ଚିତା ଅଣାଯାଇଥିଲା । ସେଥିମଧ୍ୟରୁ ଏବେ ୧୭ ଜଣ ବଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକାରୁ ଗତ ୧୮ ଫେବ୍ରୁଆରୀରେ ୧୨ ଚିତା ଅଣାଯାଇଥିଲା । ସେହିପରି ଗତ ବର୍ଷ ସେପ୍ଟେମ୍ବରରେ ନାମ୍ବିବ୍ୟାରୁ ୮ଟି ଚିତା ଅଣାଯାଇଥିଲା ।

Leave A Reply

Your email address will not be published.