କ୍ୟାନସରରେ ଆଉ ମରିବେନି କେହି, ଜାଣନ୍ତୁ କେମିତି…

0

ନୂଆଦିଲ୍ଲୀ(ଆମ ଟିଭି): ଏଣିକି କ୍ୟାନସରରେ ଆଉ ମରିବେନି କେହି । । ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ କ୍ୟାନସର ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଭାରତ ପାଇଁ ଏହା ଏକ ଚିନ୍ତାର ବିଷୟ ପାଲଟିଥିଲା । ଚିକିତ୍ସା କ୍ଷେତ୍ରରେ ବିକାଶ ସତ୍ତେ କର୍କଟ ଭଳି ଏକ ରୋଗର କିଛି ଚିକିତ୍ସା ବାହାରିନଥିଲା । ଅନେକ ବର୍ଷ ଧରି ଏହି ରୋଗ ପାଇଁ ଔଷଧ କିମ୍ବା ଟିକା ପ୍ରସ୍ତୁତି ପାଇଁ ପ୍ରୟାସ ଜାରିରହିଥିଲା । ବର୍ତ୍ତମାନ ପ୍ରଥମ ଥର ପାଇଁ ଗବେଷକମାନେ ଏପରି ଏକ ଔଷଧର ସନ୍ଧାନ ପାଇଛନ୍ତି, ଯାହାକୁ ବ୍ୟବହାର କରି କ୍ୟାନସର ସମସ୍ୟାର ସଫଳ ସମାଧାନ ହୋଇପାରିବ । ଏକ କ୍ଲିନିକାଲ୍ ଟ୍ରାଏଲ୍ ଭାବରେ, ଏହି ପରୀକ୍ଷଣ ରେକ୍ଟାଲ୍ କ୍ୟାନସରର ୧୮ ରୋଗୀଙ୍କ ଉପରେ କରାଯାଇଥିଲା । ଏହି ରୋଗୀଙ୍କୁ ୬ ମାସ ପାଇଁ ଡୋଷ୍ଟେରଲିମାବ ନାମକ ଏକ ଔଷଧ ଦିଆଯାଇଥିଲା । ଦାବି କରାଯାଇଛି ଯେ ବର୍ତ୍ତମାନ ଏହି ସମସ୍ତ ରୋଗୀ କର୍କଟ ରୋଗରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛନ୍ତି।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଡୋଷ୍ଟେରଲିମାବ ନାମକ ଔଷଧ ମାନବ ଶରୀରରେ ଏକ ଆଣ୍ଟିବଡି ଭଳି କାର୍ଯ୍ୟ କରିଥାଏ ।ବିଶେଷତଜ୍ଞମାନେ କହିଛନ୍ତି ଯେ ଏହା ପ୍ରମାଣିତ ହୋଇଛି ଯେ ଡୋଷ୍ଟେରଲିମାବ କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ସାମ୍ଭାବ୍ୟ ଉପଶମ ହୋଇପାରେ । ଯେଉଁମାନଙ୍କର କ୍ୟାନସର ସେଲଗୁଡିକ ଶରୀରରୁ ଦୂରେଇ ଯାଇଛି, ସେମାନଙ୍କ ପାଇଁ ଅଧିକ ଚିକିତ୍ସା କରିବାର କୈଣସି ଆବଶ୍ୟକତା ନାହିଁ । ଯେଉଁ ରୋଗୀଙ୍କୁ ଏହି ଔଷଧ ଦିଆଯାଇଥିଲା, ସେମାନଙ୍କ ଟ୍ୟୁମର୍ ଧୀରେ ଧୀରେ ଭଳ ହୋଇଯାଇଥିଲା । ସମସ୍ତ ରୋଗୀଙ୍କଠାରେ କ୍ୟାନସରର କୈଣସି ଚିହ୍ନ ନଥିଲା । କାଲିଫର୍ନିଆ ବିଶ୍ୱବିଦ୍ୟାଳୟର କଲୋରେକ୍ଟାଲ୍ କର୍କଟ ବିଶେଷଜ୍ଞ ଡକ୍ଟର ଆଲାନ୍ ପି ଭେନୁକ୍ କହିଛନ୍ତି ଯେ ସମସ୍ତ କ୍ୟାନସର ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ଘଟଣା ପୂର୍ବରୁ କେବେ ମଧ୍ୟ ଶୁଣାଯାଇ ନଥିଲା । ଡାକ୍ତରଙ୍କ ଅନୁଯାୟୀ, ଆକ୍ରାନ୍ତମାନେ ପରୀକ୍ଷା ସମୟରେ ଛଅ ମାସ ପାଇଁ ପ୍ରତି ତିନି ସପ୍ତାହରେ ଡେଷ୍ଟେରଲିମାବ ନେଇଥିଲେ । ଏହି ଉଲ୍ଲେଖନୀୟ ଯେ ସେମାନେ ସମସ୍ତେ ସମାନ ଅବସ୍ଥାରେ ଥିଲେ । ସେମାନଙ୍କ କ୍ୟାନସର ଅନ୍ୟ ଅଙ୍ଗକୁ ବ୍ୟାପି ନଥିଲା । ଏହି କ୍ଲିନିକାଲ୍ ପରୀକ୍ଷଣର ଫଳାଫଳ ମେଡିକାଲ୍ ଜଗତକୁ ଆଶ୍ଚର‌୍ୟ୍ୟ କରିଛି । କୁହାଯାଉଛି ଯେ ଦୁନିଆରେ ଏହା ହେଉଛି ପ୍ରଥମ ଗବେଷଣା ।

Leave A Reply

Your email address will not be published.