ଭୁବନେଶ୍ୱର (ଆମ ଟିଭି): ଗଣମାଧ୍ୟମରେ ଆପତିଜନକ ପ୍ରତିକ୍ରିୟା ଦେଇ ପିସିସି ମୁଖପାତ୍ର ଷ୍ଟାଲିନ ମିଶ୍ର ଦଳୀୟ ଶୃଙ୍ଖଳା ଭଙ୍ଗକରିଥିଲେ । ଏଥିନିମନ୍ତେ ଦୋଷ ସ୍ୱୀକାର କରି ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାହାର କରିଦେବାର ପରାମର୍ଶକୁ ଗ୍ରହଣ କରିନଥିଲେ ।
ସୁତରାଂ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରାଙ୍କ ସୁପାରିଶକ୍ରମେ ପିସିସି ସଭାପତି ଶରତ ପଟ୍ଟନାୟକ ମିଶ୍ରଙ୍କୁ ପିସିସି ମୁଖପାତ୍ର ପଦରୁ ବହିସ୍କାର କରିଛନ୍ତି ବୋଲି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।