ସିବିଆଇ ଅଫିସରେ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପୁତୁରା

0

ନୂଆଦିଲ୍ଲୀ : ଶିକ୍ଷକ ନିଯୁକ୍ତିରେ ଅନିୟମିତତା ମାମଲାରେ ଆଜି ସିବିଆଇରେ ହାଜର ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତୀ ମମତା ବାନାଜୀଙ୍କ ପୁତୁରା ତଥା ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀ । ସିବିଆଇର କୋଳକୋତା ନିଜାମ ପ୍ୟାଲେସ୍‌ସ୍ଥିତ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନ ୧୧ଟାରେ ହାଜର ହୋଇଛନ୍ତି ଅଭିଷେକ । ସେଠାରେ ସେ ଘନ ଘନ ଜେରାର ସମ୍ମୁଖୀନ ହେଉଥିବା ଜଣାଯାଇଛି। ନିଜ ପୁତୁରାକୁ ସିବିଆଇ ପଚରାଉଚରା କରିବା ଘଟଣାକୁ ମମତା ବାନାର୍ଜୀ ସହଜେ ହଜମ କରି ନ ପାରି କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ।

ଗତ ୨୫ ତାରିଖରୁ ନିଜ ଜନ ସମ୍ପର୍କ ଯାତ୍ରାରେ ବ୍ୟସ୍ତ ଥିବା ଅଭିଷେକ ସିବିଆଇକୁ ଟାର୍ଗେଟ କରି ଯଦି ପ୍ରମାଣ ଅଛି ତାକୁ ଗିରଫ କରିବାକୁ ଆହ୍ୱାନ ଦେଇଥିଲେ। ଏଥିସହ ନିଜ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା ସତ୍ତ୍ୱେ ସିବିଆଇ କାର୍ଯ୍ୟାଳୟରେ ଠିକ୍‌ ସମୟରେ ହାଜର ହେବେ ବୋଲି ଘୋଷଣା କରିଥିଲେ। ଏହାପରେ ଆସନ୍ତା ୨୨ ତାରିଖରୁ ଯେଉଁଠୁ ଜନ ସମ୍ପର୍କ ଯାତ୍ରା ଛାଡ଼ିଥିବେ ସେଠୁ ପୁଣି ଆରମ୍ଭ କରିବେ ବୋଲି ନିଜ ସମର୍ଥକଙ୍କୁ କହିଛନ୍ତି ଅଭିଷେକ । ବିଗତ କିଛି ବର୍ଷ ଧରି ସିବିଆଇ ପଶ୍ଚିମବଙ୍ଗର ବିଭିନ୍ନ ମାମଲାର ଯାଞ୍ଚ କରି ଅଯଥାରେ ତାଙ୍କୁ ଓ ତାଙ୍କ ପରିବାରକୁ ହଇରାଣ କରୁଥିବା କହିଛନ୍ତି ଅଭିଷେକ ।

ଏହି ମାମଲାରେ ସିବିଆଇ ଯାଞ୍ଚରୁ ବର୍ତ୍ତିବାକୁ ଗତ ୧୮ ତାରିଖରେ ଅଭିଷେକ କୋଲକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମାତ୍ର ସେଠାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଶିକ୍ଷକ ନିଯୁକ୍ତି ଘୋଟାଲାରେ ସିବିଆଇ, ଇଡି ପରି ଏଜେନ୍ସି ତାଙ୍କୁ ପଚରାଉଚରା କରି ପାରିବେ ବୋଲି ଅନୁମତି ଦେଇଥିଲେ ହାଇକୋର୍ଟ । ଏହାପରେ ଆଜି ତାଙ୍କୁ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ କୁନ୍ତଲ ଘୋଷ କହିଥିଲେ, ଶିକ୍ଷକ ନିଯୁକ୍ତି ଘୋଟାଲାରେ ଅଭିଷେକଙ୍କ ନାଁ ନେବାକୁ ସିବିଆଇ ତାଙ୍କ ଉପରେ ଚାପ ପକାଉଛି। ଏହା ରାଜ୍ୟ ରାଜନୀତିରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।

Leave A Reply

Your email address will not be published.