୨୦୦୦ ନୋଟ ନେବାକୁ ମନା କରିପାରିବେନା ନାହିଁ ଦୋକାନି, ଗଭର୍ଣ୍ଣର
ନୂଆଦିଲ୍ଲୀ: ଦୋକାନୀମାନେ ଗ୍ରାହକଙ୍କ ଠାରୁ ୨୦୦୦ ଟଙ୍କିଆ ନୋଟ୍ ନେବା ପାଇଁ ମନା କରିପାରିବେ ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୋମବାର ସ୍ପଷ୍ଟ ଭାବେ ଏହି କଥା କହିଛନ୍ତି।
ସେ କହିଛନ୍ତି, ଆମେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରି ନେଉଛୁ। କିନ୍ତୁ ତା’ମାନେ ନୁହେଁ ଯେ ଏବେ ଏହା ଅବୈଧ। ଏବେ ଏହାର କାରବାର ଚାଲିପାରିବ। କେହି ଏହାକୁ ନେବାକୁ ମନା କରିପାରିବେ ନାହିଁ। ଶକ୍ତିକାନ୍ତ ଦାସ କହିଛନ୍ତି, ଗ୍ରାହକମାନେ ଭୟଭୀତ ହେବାର କିଛି କାରଣ ନାହିଁ। ୨୦୦୦ ଟଙ୍କିଆ ନୋଟ୍ ଗୁଡ଼ିକୁ ବଦଳାଇବାକୁ ସେମାନଙ୍କ ପାଖରେ ଯଥେଷ୍ଟ ସମୟ ଅଛି। ଆରବିଆଇ ତା’ର ବିଜ୍ଞପ୍ତିରେ କହିଛି ଯେ ଲୋକେ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ ଗୁଡ଼ିକୁ ବ୍ୟାଙ୍କରେ ବଦଳାଇ ପାରିବେ କିମ୍ବା ନିଜ ଆକାଉଣ୍ଟରେ ଜମା କରିପାରିବେ।
ଆସନ୍ତାକାଲି (ମେ’ ୨୩) ଠାରୁ ଲୋକେ ବ୍ୟାଙ୍କ ଯାଇ ୨୦୦୦ ଟଙ୍କିଆ ନୋଟ ବଦଳାଇ ପାରିବେ ବୋଲି କୁହାଯାଇଥିବା ବେଳେ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଦେଶର ସମସ୍ତ ବ୍ୟାଙ୍କ ଗୁଡ଼ିକୁ କୁହାଯାଇଥିବା ଆରବିଆଇ ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି। ଆମେ ଡେଡ୍ଲାଇନ ଦେଇଛୁ। ତେଣୁ ଏହି ପ୍ରକ୍ରିୟାକୁ ଖୁବ୍ ଗୁରୁତ୍ୱର ସହିତ ନିଆଯିବ ବୋଲି ସେ କହିଛନ୍ତି।