ନୂଆଦିଲ୍ଲୀ (ଆମ ଟିଭି): ପୁଣି ଚର୍ଚ୍ଚାରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । ଭାରତୀୟ କୁସ୍ତିସଂଘର ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ନାର୍କୋ ଟେଷ୍ଟ କରିବାକୁ ଚ୍ୟାଲେଞ୍ଜ କରିଥିଲେ । ଏହା ଉପରେ ଆଜି ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ମଧ୍ୟ ବ୍ରିଜ ଭୂଷଣଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି । ସେ କହିଛନ୍ତି କି, ଆମେ ପ୍ରଥମରୁ ଏକଥା କହିଛୁ,ହେଲେ ଆଜି ବ୍ରିଜ ଭୂଷଣ କହୁଛନ୍ତି ।
ବଜରଙ୍ଗ ପୁନିଆ କହିଛନ୍ତି କି, ଯଦି ସଂଘର ଦୁର୍ନୀତି ଗଣିବାର ଅଛି ତେବେ ଆମେ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ ଅଛୁ । ଏହାସହ ପୁନିଆ କହିଛନ୍ତି କି, ଆମମାନଙ୍କର ନାର୍କୋଟେଷ୍ଟ ହେବା ସହ ବିନୋଦ ତୋମର, ଜିତେନ୍ଦ୍ର ଓ ଧୀରେନ୍ଦ୍ର ପ୍ରତାପଙ୍କର ନାର୍କୋଟେଷ୍ଟ ବି ହେବା ଆବଶ୍ୟକ । ଏକ ସାମ୍ବାଦିକ ସମ୍ମିଳନୀ କରି ଧାରଣାରେ ବସିଥିବା ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆ ଓ ବିନେଶ ଫୋଗଟ ପୁଣି ବ୍ରିଜଭୂଷଣଙ୍କ ଉପରେ ବର୍ଷିଛନ୍ତି ।