ଆଇପିଏଲ ଏଲିମିନେଟର ମ୍ୟାଚ୍: ମୁହାଁମୁହିଁ ହେବେ ମୁମ୍ବାଇ ଓ ଲକ୍ଷେ୍ନø

0

ନୂଆଦିଲ୍ଲୀ (ଆମ ଟିଭି): ଆଇପିଏଲ ମହାସମରରେ ଆଜି ହେଉଛି ଏଲିମିନେଟର ମ୍ୟାଚ୍ । ଆଜି ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ୍ । ଯଦି ମୁମ୍ବାଇର ବ୍ୟାଟିଂ ବାହିନୀ ପୁଣି ଚମକ ଦେଖାନ୍ତି ତେବେ କ୍ୱାଲିଫାୟର-୨କୁ ଯୋଗ୍ୟତା ଅର୍ଜନ କରିନେବା ସହ ଷଷ୍ଠ ଆଇପିଏଲ୍ ଟ୍ରଫି ହାତେଇବା ଲକ୍ଷ୍ୟରେ ଆଗେଇବ ମୁମ୍ବାଇ ଇଣ୍ଡିଆନ୍ସ । ବାଙ୍ଗାଲୋରକୁ ଗୁଜରାଟ ହରାଇ ଦେବାକୁ ପ୍ଲେ ଅଫରେ ପ୍ରବେଶ କରିଛି ମୁମ୍ବାଇ । ଅନ୍ୟପଟେ ଲକ୍ଷ୍ନୌ ୧୪ ମ୍ୟାଚରୁ ୮ଟି ବିଜୟ ଓ ଗୋଟିଏ ବାତିଲ ମ୍ୟାଚ୍ରୁ ୧୭ ପଏଂଟ ପାଇ ପ୍ଲେ ଅଫରେ ସ୍ଥାନ ସୁରକ୍ଷିତ କରିଥିଲା । ଗତ ଆଇପିଏଲରେ ଆରସିବିଠୁ ପ୍ଲେ ଅଫରେ ପରାସ୍ତ ହୋଇ ଏଲିମିନେଟ୍ ହୋଇଥିଲା । ଏଥର ଲକ୍ଷ୍ନୌ ସେହି ଭୁଲ ନକରି ଆଗକୁ ବଢିବାକୁ ଚେଷ୍ଟା କରିବ ।

ଏହାର ନିୟମିତ ଅଧିନାୟକ କେଏଲ୍ ରାହୁଲ ଆହତ ଯୋଗୁଁ ବାଦ୍ ପଡ଼ିବା ପରେ କୃନାଲ ପାଣ୍ଡ୍ୟାଙ୍କ ନେତୃତ୍ବରେ ଦଳ ଭଲ କରି ଏହି ସ୍ଥାନରେ ପହଞ୍ଚିଛି । ଲକ୍ଷ୍ନୌକୁ ବଡ଼ ସ୍କୋର୍ ଦେବାକୁ ମାର୍କସ ଷ୍ଟୋଇନିସ , କାୟଲ ମେୟର୍ସ ଓ ନିକୋଲାସ ପୂରନ ରହିଛନ୍ତି । ବୋଲିଂରେ ଦଳର ଅଗ୍ରଣୀ ୱିକେଟ୍ ହାସଲକାରୀ ସ୍ପିନର ରବି ବିଷ୍ଣୋଇଙ୍କ ସହ ଭେଟେରାନ ଅମିତ ମିଶ୍ରା, ଅଧିନାୟକ କୃନାଲ ଓ ଆଫ୍ଗାନୀ ଦ୍ରୁତ ବୋଲର ନବୀନ-ଉଲ-ହକ୍ ଓ ଆୱେଶ ଖାନ ରହିଛନ୍ତି । ଉଭୟ ଦଳ ଚଳିତ ଆଇପିଏଲ୍ରେ ଥରେ ମୁହାଁମୁହିଁ ହୋଇଥିଲା ବେଳେ ଲକ୍ଷ୍ନୌ ବାଜି ମାରିନେଇଥିଲା ।

 

Leave A Reply

Your email address will not be published.