*ମୁକ୍ତିଲାଭ କଲା ଓଡ଼ିଆ ସିନେମା ‘ପ୍ରୀତି ବନ୍ଧନ’*
ଭୁବନେଶ୍ୱର : କନ୍ଧମାଳର ପ୍ରଯୋଜକ ପ୍ରଶାନ୍ତ ନାୟକଙ୍କ ନେକଷ୍ଟ ଡୋର ଫିଲ୍ମ ବ୍ୟାନରରେ ପ୍ରସ୍ତୁତ, ଓଡ଼ିଆ ଫିଲ୍ମ ପ୍ରୀତି ବନ୍ଧନ ଫୁଲବାଣୀସ୍ଥିତ ଶ୍ରଦ୍ଧାଞ୍ଜଳୀ ସିନେମା ହଲ୍ ରେ ମୁକ୍ତିଲାଭ କରି ବେଶ୍ ଲୋକାଦୃତ ହୋଇଥିଲା। ଅଭିନେତ୍ରୀ ତୃପ୍ତୀ ମିରାମ୍ବିକା,ଐଶରିଆ ବେହେରା,ଅଭିନେତା କେଦାର ମିଶ୍ର,ଭୂପତି ତ୍ରିପାଠୀ , ଥିନ୍ , ଶୁଭ୍ରାସୁଂ ପ୍ରଯୋଜକ ପ୍ରଶାନ୍ତ ନାୟକ,ନରେନ୍ଦ୍ର ପାତ୍ର ,ସଙ୍ଗୀତଜ୍ଞ ଓ ଅନ୍ୟାନ୍ୟ ସମସ୍ତ କଳାକାର ପ୍ରିମିୟର ସୋ ରେ ଉପସ୍ଥିତ ଥିଲେ। ଫୁଲବାଣୀର ଜଣାଶୁଣା ସମାଜସେବୀ,ଅଭିନେତା, ତଥା ଫିଲ୍ମ ପ୍ରଯୋଜକ ପ୍ରଶାନ୍ତ ନାୟକ ଓ ଫିଲ୍ମ ହଲ ମାଲିକ
ଅନିଲ ବେହେରା ଉପସ୍ଥିତ ଥିଲେ ।
ଏଥିରେ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରାଧାନ୍ୟ ଦିଆଯାଇଥିବା କଥା ପ୍ରଯୋଜକ ନାୟକ କହିଥିଲେ । ପ୍ରଶାନ୍ତ ନାୟକ ଓ ନରେନ୍ଦ୍ର ପାତ୍ର ଙ୍କ ପ୍ରଯୋଜିତ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଶେଷ ମହାନ୍ତି । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବରିଷ୍ଠ ତଥା ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସୁଧାକ ବସନ୍ତ ଓ ସ୍ମୃତି ଆର । ଏହାର କ୍ରିଏଟିଭ ହେଡ଼ ଓ ମିଡ଼ିଆ ପ୍ଲାନର ପ୍ରଣୟ ଜେଠି ରହିଛନ୍ତି l ଏହି ଫିଲ୍ମରେ ମୁଖ୍ୟ ଅଭିନେତା ସମ୍ବିତ ଓ ଅଭିନେତ୍ରୀ ତମନ୍ନା ଙ୍କ ସହିତ ତୃପ୍ତି ଅଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପା ପଣ୍ଡା, ପୃଥ୍ବୀରାଜ ନାୟକ, ଭୂପତି ତ୍ରିପାଠୀ, ସର ଅପା, ଅଳକା, ପ୍ରଶାନ୍ତ ନାୟକ, ନୂପୁର ଓ ସସ୍ମିତା ପ୍ରମୁଖ ନିଖୁଣ ଅଭିନୟ କରିଛନ୍ତି । ଫୁଲବାଣୀ ଶ୍ରଦ୍ଧାଞ୍ଜଳି ଟକିଜ ସମେତ ରାଜ୍ୟର କୋଡିଏ ଟି ସ୍ଥାନରେ ଏହା ମୁକ୍ତିଲାଭ କରିଛି ।