ନୂଆଦିଲ୍ଲୀ (ଆମ ଟିଭି): ବିଜୁଳି ଦରକୁ ନେଇ ଆସିପାରେ ନୂଆ ନିୟମ । ଦିନରେ ବିଜୁଳି ଦର ଶସ୍ତା ଏବଂ ରାତିରେ ବିଜୁଳି ଦର ସାମାନ୍ୟ ମହଙ୍ଗା ରହିବ । ଦିନରେ ବିଜୁଳି ଦର ୨୦% କମ୍ ରହିବ । ଅକ୍ଷୟ ଶକ୍ତିର ଉପଯୋଗ ବଢ଼ାଇବାକୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏହି ବ୍ୟବସ୍ଥା ଉଭୟ ଉପଭୋକ୍ତା ଏବଂ ବିଦ୍ୟୁତ ବ୍ୟବସ୍ଥା ପାଇଁ ଲାଭଜନକ ହେବ ବୋଲି ଆଶା କରାଯାଉଛି ।
୨୦୨୪ ଏପ୍ରିଲ ମାସରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ସୂଚନା ମିଳିଛି । ପ୍ରାରମ୍ଭିକ ପର୍ୟ୍ୟାୟରେ ବାଣିଜ୍ୟିକ ଏବଂ ଶୀଳ୍ପ ସଂସ୍ଥା ଲାଗି ଏହି ବ୍ୟବସ୍ଥା ଲାଗୁ କରାଯିବ । ଏହାର ବର୍ଷକ ପରେ ଚାଷୀମାନଙ୍କୁ ବାଦ ଦେଇ ଅନ୍ୟ ସବୁ ଉପଭୋକ୍ତାଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ ।