କମିଲା ଖାଇବା ତେଲ ମୂଲ୍ୟ, ଜାଣନ୍ତୁ କେତେ?
ନୂଆଦିଲ୍ଲୀ(ଆମ ଟିଭି): ସାରା ଦେଶରେ ଜାରି ରହିଛି ମହଙ୍ଗା । ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନତା । ଦରବୃଦ୍ଧି ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଉଛି । ଦେଶରେ ବର୍ତ୍ତମାନ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଉପରମୁହାଁ ରହିଛି। ଏଭଳି ସମୟରେ ଗ୍ରହକଙ୍କ ପାଇଁ ଆସିଛି ଏକ ଆସ୍ୱସ୍ତିକର ଖବର । ଏଭଳି ସମୟରେ ବ୍ରାଣ୍ଡେଡ୍ କମ୍ପାନୀ ଖାଇବା ତେଲର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ସୂଚନା ଅନୁସାରେ କମ୍ପାନୀ ସୋୟା, ପାମ୍ ଏବଂ ସୁର୍ୟ୍ୟମୁଖୀ ତେଲର ଦାମ୍ ପ୍ରତି ଲିଟର ୧୫ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମେ ମାସର ଶେଷକୁ ତେଲ ଆମଦାନୀ ସହଜ ହେବାରୁ କମ୍ପାନୀ ଏହି ପଦକ୍ଷେପ ନେଇଛନ୍ତି। କମ୍ପାନୀ ଗୁଡ଼ିକ କହିଛନ୍ତି ଯେ, ମେ ତୁଳନାରେ ଜୁନ୍ ମାସରେ ଚାହିଦା ବଢ଼ିବା ସହିତ ଆମଦାନୀରେ ମଧ୍ୟ ବୃଦ୍ଧି ପାଇବ। ଏହି କାରଣରୁ ଆଗାମି ସମୟରେ ତେଲ ଦରରେ ସାମାନ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି।
ଇଣ୍ଡିଆନ୍ ଅଏଲ୍ ଭେଜିଟେବଲ୍ ପ୍ରଡ୍ୟୁସର୍ସ ଆସୋସିଏସନ୍ ର ଅଧ୍ୟକ୍ଷ ସୁଧାକର ରାୟ ଦେଶାଇ କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଖାଇବା ତେଲର ଦାମ ହ୍ରାସ ପାଇଛି । ଏହି କାରଣରୁ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ। ଆମେ ଏହାର ଫାଇଦା ଗ୍ରାହକଙ୍କୁ ଦେଉଛୁ। ତେବେ ଯେଉଁ କେତେକ ପ୍ରିମିୟମ ବ୍ରାଣ୍ଡ ରହିଛନ୍ତି ସେ ଏହାର ଫାଇଦା ଲୋକଙ୍କୁ ଦେବାକୁ କିଛି ସମୟ ଲଗାଇ ପାରନ୍ତି। ଏହି ଖବର ପାଇବା ପରେ ଗ୍ରାହକଙ୍କ ମଧ୍ୟରେ ଏକପ୍ରକାର ଖୁସି ଦେଖିବାକୁ ମିଳିଛି ।