ଝାରସୁଗୁଡ଼ାରୁ କୋଲାକାତା ଓ ବିଶାଖାପାଟଣାକୁ ଉଡିବ ବିମାନ

0

ଝାରସୁଗୁଡ଼ା (ଆମ ଟିଭି): ବିମାନଯାତ୍ରୀଙ୍କ ପାଇଁ ପୁଣି ଏକ ଖୁସି ଖବର । ଝାରସୁଗୁଡ଼ାରୁ ବଢ଼ିବ ବିମାନ ସେବା । ଆସନ୍ତା ୧୦ ତାରିଖରୁ ଝାରସୁଗୁଡ଼ାରୁ କୋଲକାତା ଏବଂ ବିଶାଖାପାଟଣାକୁ ବିମାନ ସେବା ଆରମ୍ଭ କରିବ ସ୍ପାଇସ୍ ଜେଟ୍ । ସେହିପରି ସପ୍ତାହରେ ଚାରିଦିନ ଝାରସୁଗୁଡାରୁ ବେଙ୍ଗାଳୁରୁ ଏବଂ ଚେନ୍ନାଇକୁ ବିମାନସେବା ଯୋଗାଇବ ସ୍ପାଇସ୍ ଜେଟ୍ ।

ଏନେଇ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଚାରିଟି ସ୍ଥାନକୁ ବିମାନସେବା ଯୋଗାଇବାକୁ ସ୍ପାଇସ୍ ଜେଟ ପ୍ରସ୍ତାବ ଦେଇଥିଲା । ଯାହାକୁ ଗ୍ରହଣ କରିଛନ୍ତି ଝାରସୁଗୁଡ଼ା ବିମାନ ବନ୍ଦର କର୍ତ୍ତୃପକ୍ଷ । ୪ଟି ସହରକୁ ବିମାନ ସେବା ଆରମ୍ଭ ହେଉଥିବାରୁ ଖୁସ ପ୍ରକାଶ କରିଛନ୍ତି ଜିଲ୍ଲାବାସୀ ।

Leave A Reply

Your email address will not be published.