ଅପରାହ୍ନ ୪ଟାରେ ସଂସଦରେ କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ନୂଆଦିଲ୍ଲୀ (ଆମ ଟିଭି): ମୋଦୀ ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଲୋକସଭାରେ ଉତ୍ତର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଆଜି ଟୁଇଟ୍‌ କରି ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ କହିଛି। ଟୁଇଟ୍‌ରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ଲେଖିଛି: ଆଜି ସନ୍ଧ୍ୟା ପ୍ରାୟ ୪ଟା ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଅଂଶ ଗ୍ରହଣ କରିବେ।

ଉଲ୍ଲେଖଯୋଗ୍ୟ, ମଣିପୁର ହିଂସାକାଣ୍ଡ ବିଷୟରେ ବିରୋଧୀ ଗୋଷ୍ଠୀ ‘ଇଣ୍ଡିଆ’ ସମର୍ଥନରେ ‘ଏନ୍‌ଡିଏ’ ସରକାରଙ୍କ ବିରୋଧରେ କଂଗ୍ରେସ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ହେଉଛି ବିତର୍କର ତୃତୀୟ ତଥା ଅନ୍ତିମ ଦିବସ। ଗତ ଦୁଇ ଦିନର ବିତର୍କରେ ସରକାର ଓ ବିରୋଧୀ ଦଳର ବହୁ ବିଶିଷ୍ଟ ନେତା ମଣିପୁର ହିଂସାକାଣ୍ଡ ସମେତ ଅନେକ ବିଷୟରେ ଆଲୋଚନା କରିଥିଲେ। ଅନାସ୍ଥା ପ୍ରସ୍ତାବ ଉପରେ ଆଜି ପ୍ରଧାନମନ୍ତ୍ରୀ ଲୋକସଭାରେ ଉଦ୍‌ବୋଧନ ଦେବାକୁ ଥିବାରୁ ସମୟ ପରିଚାଳନା ପାଇଁ ଗୃହରେ ସାଂସଦମାନଙ୍କୁ କହିବାକୁ ମାତ୍ର ୩ ମିନିଟ୍‌ ସମୟ ଦିଆଯାଉଛି।

Leave A Reply

Your email address will not be published.