ଭୁବନେଶ୍ୱର-କଟକ, ଜାତୀୟ ରାଜପଥ-୧୬ର ପାହାଳ ଠାରେ ଖୋଲିଲା ୟାମାହାର ଦୁଇ ଚକିଆ ଗାଡି ଶୋ’ରୁମ୍ ‘ଟର୍କ ମୋଟର୍ସ’

0

ଭୁବନେଶ୍ୱର:ଭୁବନେଶ୍ୱର-କଟକ, ଜାତୀୟ ରାଜପଥ-୧୬ର ପାହାଳ ଠାରେ, ମାନୋର ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ ଲିମିଟେଡର ‘ଟର୍କ ମୋଟର୍ସ’ ନାମରେ ୟାମାହାର ଦୁଇ ଚକିଆ ଗାଡି ଶୋ’ରୁମ୍ ଖୋଲିଲା |

ମାନୋର ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ ଲିମିଟେଡର ଦୁଇ ନିର୍ଦ୍ଦେଶକ ଶ୍ରୀମତୀ ରିନା ବିଶ୍ବାଳ ଏବଂ ଶ୍ରୀ ଶ୍ରୀତେଜ ବିଶ୍ବାଳ କହିଛନ୍ତି ଯେ, ଯେ ୟାମାହା ଟର୍କ ମୋଟର୍ସ ଶୋ’ରୁମ୍ ହେଉଛି ପୂର୍ବ ଜୋନର ସବୁଠାରୁ ବଡ ଶୋ’ରୁମ୍ ଓ ଏହା ଘୋଷଣା କରୁଥିବାରୁ ଆମେ ବହୁତ ଉତ୍ସାହିତ | ୧୩୦୦୦ ବର୍ଗଫୁଟରେ ବ୍ୟାପି ଥିବା ଏହି ଶୋ’ରୁମ୍ ରେ ସମସ୍ତ ଅତ୍ୟାଧୁନିକ ସୁବିଧା ସହିତ ଉଭୟ ବିକ୍ରୟ ଏବଂ ଅନ୍ୟାନ୍ୟ ସେବା ପାଇଁ ଆବଶ୍ୟକତାରୁ ଅଧିକ କର୍ମଚାରୀ ଆମ ସହିତ ଅଛନ୍ତି | ଏହି ଶୋ’ରୁମ୍ ଆଧୁନିକ ବାଇକ୍ ଏବଂ ୟାମାହା ସ୍କୁଟର ସହିତ ସମସ୍ତ ପ୍ରକାରର ୟାମାହା ଆନୁଷଙ୍ଗିକ ପାର୍ଟସର ଏକ ନୂଆ ସମ୍ଭାର ନେଇ ଆସିଛି |

ଏହି ଗ୍ରାଣ୍ଡ୍ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ଶ୍ରୀମତୀ ରିନା ବିଶ୍ବାଳ ଏବଂ ଶ୍ରୀ ଶ୍ରୀତେଜ ବିଶ୍ବାଳ ଥିଲେ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମାନଙ୍କ ମଧ୍ୟରେ ଜିଏମ୍ ଶ୍ରୀମାନତ ସାମନ୍ତ, ଟର୍କ ମୋଟର୍ସ ଜିଏମ୍, ଶ୍ରୀ ସୁଜିତ୍ ଧଳ, କର୍ପୋରେଟ୍ ପରଚେଜ୍ ହେଡ୍ ଶ୍ରୀ ବିକାଶ ମିଶ୍ର ଏବଂ ଫାଇନାନ୍ସ ହେଡ୍, ଶ୍ରୀ ରବୀନ୍ଦ୍ରନାଥ ମଲ୍ଲିକ ଓ ମିଡିଆ ପ୍ଲାନର୍ ପ୍ରଣୟ ଜେଠୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

‘ଟର୍କ ମୋଟର୍ସ’ର ଏମଡି କହିଛନ୍ତି ଯେ, ୟାମାହାର ବିଭିନ୍ନ ଗାଡି ଓ ଆସେସୋରିଜ ସହିତ ମରାମତି ଉପରେ ମଧ୍ୟ ଭଲ ରିହାତି ମିଳିବ |

Leave A Reply

Your email address will not be published.