ଆଗୁଆ ନିର୍ବାଚନ ପାଇଁ ଏତେ ତରତର କାହିଁକି: ଅପରାଜିତା ଷଡ଼ଙ୍ଗୀ

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିଜେଡି ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସରଧାରଣ ନିର୍ବାଚନ କରିପାରେ ବୋଲି କୁହାଯାଉଛି । ତେବେ ଏହାକୁ ନେଇ ବର୍ତ୍ତମାନ ବିଜେପି ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ପ୍ରତିକ୍ରିିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ରାଜ୍ୟରେ ବିଜେଡି ସହ ମେଣ୍ଟର ପ୍ରଶ୍ନ ଉଠୁନି । ଯେବେ ବି ଓଡ଼ିଶାରେ ନିର୍ବାର୍ଚନ ହେବ ସେଥିପାଇଁ ବିଜେପି ପ୍ରସ୍ତୁତ ଅଛି । ବିଜେଡି ସରକାର ବିରୋଧରେ ତୃଣମୂଳସ୍ତରରେ ପହଞ୍ଚିବାକୁ ଅମିତ ଶାହା ମନ୍ତ୍ର ଦେଇ ଫେରିଛନ୍ତି । ଆଗାମୀ ନିର୍ବାଚନରେ ବିଜେଡି ବିରୋଧରେ ବିଜେପି ଯିବ, ବିଜେପି ବିରୋଧରେ ବିଜେଡି ଯିବ । ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ ।

ଅପରାଜିତା କହିଛନ୍ତି, ଆଗୁଆ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ ଦେଲେ ହିଁ ଏହା ସମ୍ଭବ ହୋଇପାରିବ । କିନ୍ତୁ ଏନେଇ ରାଜ୍ୟ ସରକାରଙ୍କ ଠାରୁ ପ୍ରସ୍ତାବ ଯାଇଛି କି ନାହିଁ ତାହା ଜଣାନାହିଁ । ୫ ବର୍ଷ ପାଇଁ ଲୋକେ ସରକାର ଗଢିଛନ୍ତି, ତେଣୁ ୫ ବର୍ଷ ପାଇଁ ବିଜେଡି ସରକାର କାମ କରୁ । ଏତେ ତରତର କାହିଁକି? ଆମେ ବିଜେଡିର ୫ ବର୍ଷର ରିପୋର୍ଟ କାର୍ଡ ଦେଖିବାକୁ ଚାହିଁବୁ । ୫ ବର୍ଷ ପରେ ଯେତେବେଳେ ନିର୍ବାଚନ ହେବ ସେତେବେଳେ ଲୋକଙ୍କ ସାମ୍ନାକୁ ରିପୋର୍ଟ କାର୍ଡ ଆଣନ୍ତୁ ।

 

Leave A Reply

Your email address will not be published.