କେଜ୍ରିୱାଲ୍‌ଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ମୋଦୀ

0

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ‘ଆପ୍‌’ର ଆବାହକ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ବ୍ୟକ୍ତି।

ଅଫିସିଆଲ୍‌ ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରି ଲେଖିଛନ୍ତି: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଜୀଙ୍କୁ ଜନ୍ମଦିନ ଶୁଭେଚ୍ଛା। ତାଙ୍କ ଦୀର୍ଘ ଓ ନିରାମୟ ଜୀବନ ଲାଗି ପ୍ରାର୍ଥନା କରୁଛି।

ସେହିପରି, ଅ‌ନେକ ‘ଆପ୍‌’ ସମର୍ଥକ ବି ସାମାଜିକ ଗଣମାଧ୍ୟମ ଜରିଆରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହିତ ପ୍ରଶଂସା କରିଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, ଅନ୍ତର୍ଦୃଷ୍ଟିସମ୍ପନ୍ନ ନେତା ଶ୍ରୀଯୁକ୍ତ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ପ୍ରତି ଶୁଭ ଜନ୍ମଦିନ ଶୁଭେଚ୍ଛା କାମନା କରୁଛି। ଗୋଟାଏ ଗାଁରେ ପଞ୍ଜାବର ପ୍ରଥମ ‘ଆଇଟି’ ଓ ‘ଡିଜିଟାଲ୍‌ ମାର୍କେଟିଙ୍ଗ୍‌ କମ୍ପାନି’ ‘ସିମ୍ବାକ୍ବାର୍ଜ’ର ଯାତ୍ରାକୁ ସ୍ବୀକୃତି ଦେଇଥିବାରୁ ଆପଣଙ୍କୁ ପୁଣି ଥରେ କୃତଜ୍ଞତା ଜଣାଉଛି। ଆପଣଙ୍କର ଗୋଟିଏ ଟୁଇଟ୍‌ ଆମ ପାଇଁ ଆଜୀବନ ପ୍ରେରଣା।

Leave A Reply

Your email address will not be published.