ନୂଆଦିଲ୍ଲୀ (ଆମ ଟିଭି): ହରିୟାଣା ହିଂସାକୁ ନେଇ ଏବେ ସବୁଠି ଆଲୋଚନା । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ହରିୟାଣା ସରକାର ପ୍ରଦେଶର ନୂଆ ପୁଲିସ ମୁଖିଆଙ୍କୁ ନିଯୁକ୍ତି ଦେଇଛନ୍ତି । ହରିୟାଣାର ଆଇପିଏସ ଅଫିସର ଶତ୍ରୁଜିତ କପୁରଙ୍କୁ ନୂଆ ପୁଲିସ ମୁଖ୍ୟଭାବେ ଦାୟିତ୍ୱ ଦିଆଯାଇଛି । ୟୁପିଏସସିର ୩ ଜଣିଆ ପ୍ୟାନେଲ ତାଙ୍କ ନାଁ ଏହି ପଦ ପାଇଁ ସୁପାରିଶ କରିଥିଲେ । ଏନେଇ ବିଜ୍ଞପ୍ତି ମଧ୍ୟ ଜାରିକରାଯାଇଛି । ଗତକାଲି ଡିଜିପି ପଦରୁ ପିକେ ଅଗ୍ରୱାଲ ଅବସର ନେଇଥିଲେ । ଏହା ପରେ ଗୋଟିଏ ଦିନ ମଧ୍ୟରେ ନୂଆ ଡିଜିପିଙ୍କୁ ନିଯୁକ୍ତି ଦିଆଯାଇଛି।
ଶତ୍ରୁଜିତ କପୁର ୧୯୯୦ ବ୍ୟାଚର ହରିୟାଣା କ୍ୟାଡରର ଆଇପିଏସ ଅଧିକାରୀ । ସେ ପଞ୍ଜାବର ମୂଳ ବାସିନ୍ଦା । ବିଟେକ ଡିଗ୍ରୀ ହାସଲ କରିବା ପରେ ସେ ୟୁପିଏସସି ପରୀକ୍ଷାରେ କୃତକାର୍ୟ୍ୟ ହୋଇଥିଲେ ।