ବିବେକ ଅଗ୍ନିହୋତ୍ରୀଙ୍କ ଟାର୍ଗେଟରେ କିଙ୍ଗ୍ ଖାନ୍

0

ନୂଆଦିଲ୍ଲୀ (ଆମ ଟିଭି): ୯୦ ଦଶକରୁ ବଲିଉଡ ଜଗତରେ ନିଜର ଦବଦବା ବଜାୟ ରଖିଥିବା ଅଭିନେତା କିଙ୍ଗ୍ ଖାନଙ୍କୁ ଟାର୍ଗେଟ କରିଛନ୍ତି ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ । ନିଜ ବୟାନ ହେତୁ ପ୍ରାୟତ ଚର୍ଚ୍ଚାରେ ରହିଥାନ୍ତି। ସେ ସବୁବେଳେ କୌଣସି ପ୍ରସଙ୍ଗରେ ନିଜର ମତାମତ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ସେ ଅନେକ ଥର ବଲିଉଡ ନାମିଦାମି ସେଲିବ୍ରେଟଙ୍କୁ ଟାର୍ଗେଟ କରିଥାନ୍ତି । ଏଥର କିନ୍ତୁ ବିବେକ ବଲିଉଡର ଆଉ କେହି ନୁହଁନ୍ତି ବରଂ କିଙ୍ଗ୍‌ ଖାନଙ୍କୁ ଟାର୍ଗେଟ କରିଛନ୍ତି । ବିବେକ ଶାହରୁଖ ଖାନଙ୍କୁ ବଲିଉଡକୁ ବର୍ବାଦ କରିଥିବାର ଅଭିଯୋଗ ଲଗାଇଛନ୍ତି ।

ବିବେକଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ଶାହାରୁଖ ଖାନଙ୍କ ରାଜନୀତିକୁ ପସନ୍ଦ କରନ୍ତି ନାହିଁ । ବିବେକ କହିଛନ୍ତି,ମୁଁ ସବୁବେଳେ କହିଆସୁଛି ଯେ ତାଙ୍କ ପରି କେହିନୁହଁନ୍ତି। କିନ୍ତୁ ମୁଁ ତାଙ୍କ ରାଜନୀତି ପସନ୍ଦ କରେ ନାହିଁ। ମୁଁ ଭାବୁଛି ବଲିଉଡକୁ ନଷ୍ଟ କରିବା ପାଇଁ ସେ ଦାୟୀ। ବିବେକ ଆହୁରି କହିଛନ୍ତି, ଶାହରୁଖ ବଲିଉଡରେ ସବୁକିଛି ନଷ୍ଟ କରିଦେଇଛନ୍ତି। ବର୍ତ୍ତମାନ ଏହା କେବଳ ପିଆର୍‌, ହାଇପ, ଗ୍ଲାମର ଏବଂ ଷ୍ଟାରଡମରେ ପରିଣତ ହୋଇଛି। ବର୍ତ୍ତମାନ ଯିଏ ଷ୍ଟାରଡମ ନୁହଁନ୍ତି ସେ ଗ୍ରହଣୀୟ ନୁହେଁ । ଏହା ହେଉଛି ସମସ୍ୟା ।

Leave A Reply

Your email address will not be published.