ଭାରତ ବିଶ୍ୱକୁ ଆଧ୍ୟାତ୍ମିକ ପ୍ରଗତି ପଥରେ ଆଗେଇ ନେବ: ମୋହନ ଭାଗବତ

0

ନୂଆଦିଲ୍ଲୀ (ଆମ ଟିଭି): ବିଶ୍ୱରେ ଏବେ ଭାରତ ବିଶ୍ୱଗୁରୁ ବନିବାକୁ ଯାଉଛି । ସମସ୍ତଙ୍କର ନଜର ଏବେ ଭାରତ ଉପରେ ରହିଛି । ଏହାରି ଭିତରେ ଭାରତ ବିଶ୍ୱକୁ ଆଧ୍ୟାତ୍ମିକ ପ୍ରଗତି ପଥରେ ଆଗେଇ ନେବ ବୋଲି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନର ମୁଖ୍ୟ ମୋହନ ଭଗବତ କହିଛନ୍ତି। ଚନ୍ଦ୍ରାୟନ-୩ ର ସଫଳ ଅବତରଣରେ ସେ କହିଛନ୍ତି ଯେ, ବର୍ତ୍ତମାନ ପର୍ୟ୍ୟନ୍ତ ଚନ୍ଦ୍ରର ଦକ୍ଷିଣ ମେରୁରେ କେହି ଅବତରଣ କରି ନ ଥିଲେ, ଆମର ବୈଜ୍ଞାନିକମାନେ ଦୀର୍ଘ ଦିନର ପରିଶ୍ରମ ପରେ ସେଠାରେ ପ୍ରଥମ ଅବତରଣ କରିବାର ଗୌରବ ହାସଲ କରିଛନ୍ତି। ଏହା କେବଳ ଦେଶ ପାଇଁ ନୁହେଁ, ସମଗ୍ର ବିଶ୍ୱର ମାନବିକତା ପାଇଁ ସମ୍ଭବ ହୋଇଛି। ବର୍ତ୍ତମାନ ଭାରତ ବିଶ୍ୱକୁ ଉଭୟ ଭୌତିକ ଏବଂ ଆଧ୍ୟାତ୍ମିକ ପ୍ରଗତିର ପଥରେ ଆଗେଇବ।

ଭାଗବତ କହିଛନ୍ତି ଯେ, ସମଗ୍ର ବିଶ୍ୱକୁ ‘ବସୁଧୈବ କୁଟୁମ୍ବକମ’ ଦୃଷ୍ଟିକୋଣରୁ ଦେଖୁଥିବା ଭାରତ ବିଶ୍ୱକୁ ଶାନ୍ତି ଏବଂ ସମୃଦ୍ଧତା ଆଡ଼କୁ ଗତି କରିଛି। ଆମର ବୈଜ୍ଞାନିକମାନେ ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା ଆମ ପାଇଁ ଆଣିଥିବା ଗର୍ବର ମୁହୂର୍ତ୍ତ ପାଇଁ ଆମେ କୃତଜ୍ଞ। ସ୍ବାଧୀନତାର ଅମୃତ ମହୋତ୍ସବରେ ଏହା ଏକ ବାସ୍ତବିକ ଅମୃତ ବର୍ଷା କରୁଥିବା କ୍ଷଣ। ଏହା ଆମେ ସମସ୍ତେ ନିଜ ଆଖିରେ ଦେଖିଲୁ। ବର୍ତ୍ତମାନ ଆମେ ଆମର କର୍ତ୍ତବ୍ୟ ପାଇଁ ଜାଗ୍ରତ, ଏବଂ ଆଗକୁ ବଢିବା ଆବଶ୍ୟକ।

Leave A Reply

Your email address will not be published.