ଗଞ୍ଜାମ (ଆମ ଟିଭି): ଆଜି ଗଞ୍ଜାମ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ । ସେହି ସଭାକୁ ଯିବାକୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ରଣହୁଙ୍କାର ଦେଇଥିଲେ । ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା । କଳବଳ ଲଗାଇ ବିଧାୟକଙ୍କ ବାଟ ଓଗାଳିବାକୁ ପ୍ରୟାସ । ଗୋ ବ୍ୟାକ୍ ନାରା ପରେ ଅଣ୍ଡା ମାଡ । ପ୍ରଦୀପ ପାଣିଗ୍ରାହୀଙ୍କ ଗାଡି ଉପରକୁ ଅଣ୍ଡା ମାଡ କଲେ ବିଜେଡି କର୍ମୀ । କର୍ମୀଙ୍କୁ ମୁଥ ମାରିବା, ଗାଡିକୁ ଅଟକାଇବା ପରେ ପୁଣି ଅଣ୍ଡା ମାଡ ହୋଇଛି । ନିଜ ନିର୍ବାଚନମଣ୍ଡଳିକୁ ପୁରାଇ ନଦେବା ପାଇଁ ପ୍ରୟାସ ।

ନିଜ ନିର୍ବାଚନମଣ୍ଡଳିକୁ ଜଣେ ନେତାଙ୍କୁ ପୁରାଇ ନଦେବାକୁ ଚକ୍ରାନ୍ତ । ଭୁବନେଶ୍ୱରରୁ ଗଞ୍ଜାମ ଯାଉଥିବା ବେଳେ ବାରମ୍ବାର ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ କରାଯାଉଛି । ଦଳୀୟ କର୍ମୀଙ୍କୁ ଲଗାଇ ବିଜେଡି ବିରୋଧ କରୁଥିବା ଅଭିଯୋଗ ହୋଇଛି । ଲାଞ୍ଜିପଲ୍ଲୀ ଖଜୁରିଆ ବାଇପାସରେ ବିଜେଡି କର୍ମୀ ଅଟକାଇଛନ୍ତି ।