ଭୁବନେଶ୍ୱର(ଆମ ଟିଭି): ପାଣ୍ଡିଆନ ପ୍ରୋଜେକ୍ଟ ନାଁରେ ଓଡ଼ିଶାରେ ଚାଲିଛି ଜମି ହଡପ । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଚାଲିଛି ବିରାଟ ଲ୍ୟାଣ୍ଡ ସ୍କାମ୍ । ରାଜ୍ୟର ସବୁ ଅଞ୍ଚଳରେ ଯେଉଁ ସବୁ ଜମି ଦୁର୍ନୀତି ହେଉଛି, ତାହା ପଛରେ ରହିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ । ଆଉ ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ରଭାବଶାଳୀ ଲୋକଙ୍କ ହାତ ତୃତୀୟ ମହଲାର ଜଣେ ବଡ଼ ଅଧିକାରୀଙ୍କ ସହ ରହିଛି । ସାମ୍ବାଦିକ ସମ୍ମିଳନୀ କରି ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସେ କହିଛନ୍ତି, ରାଜ୍ୟରେ ପାଣ୍ଡିଆନ୍ ପ୍ରୋଜେକ୍ଟ ନାଁରେ ଜମି ହଡପ ଚାଲିଛି । ସରକାରୀ ଅଧିକାରୀ ଯିଏ, ଶାସନ ବ୍ୟବସ୍ଥା ହାଇଜାକ୍ କରିଥିଲେ, ଇଏ ହେଉଛି ତାଙ୍କର ଆଉ ଏକ ରୂପ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଭୁବନେଶ୍ୱରରୁ ମାତ୍ର ୧୫ କିମି ଦୂରରେ ଚାଲିଚଇ ଏହି ଜମି ହଡପ ପ୍ରକଳ୍ପ । ଭଗବତୀପୁର ମୌଜା, ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମି ଜବରଦଖଲ କରି ସେଠାରେ ତିଆରି ହୋଇଛି ବିଳାସପୂର୍ଣ୍ଣ ଫାର୍ମ ହାଉସ । ଆଉ ସେସବୁ ଅନାବାଦୀ, ଜଙ୍ଗଲ, ଦେବ ଜମି ଓ କିଛି ବ୍ୟକ୍ତିଗତ ଜମି ବି ରହିଛି ।