ଆସୁଛି ଆଉ ଏକ ଲଘୁଚାପ

0

ଭୁବନେଶ୍ୱର (ଆମ ଟିଭି): ପ୍ରବଲ ବର୍ଷା ନ ଛାଡ଼ୁଣୁ ପୁଣି ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୨ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଓଡ଼ିଶା ଉପକୂଳରେ ହେବାକୁ ଥିବା ଏହି ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରେ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏପରି ପୂର୍ବାନୁମାନ କରିଛନ୍ତି ।
ସେହିପରି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ ଅନୁଯାୟୀ, ୨୫ ଓ ୨୬ ତାରିଖରେ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ଭାରୀ ବର୍ଷା ହୋଇପାରେ। ଲଘୁଚାପ ପ୍ରଭାବରେ ବର୍ଷା ହେବାର ଥିବାରୁ ୩୧ ତାରିଖରେ ବି ବର୍ଷା ସମ୍ଭାବନା ଅଛି ବୋଲି ବିଭାଗ ପୂର୍ବାନୁମାନ କରିଛି।

Leave A Reply

Your email address will not be published.