ଜୋନାଲ୍ ସ୍ମାର୍ଟସିଟି ଆୱାର୍ଡ ପାଇଁ ଭୁବନେଶ୍ୱର ମନୋନୀତ

0

ଭୁବନେଶ୍ୱର(ଆମ ଟିଭି): ପୁଣି ଇତିହାସ ରଚିଲା ରାଜଧାନୀ ଭୁବନେଶ୍ୱର । ଜୋନାଲ୍ ସ୍ମାର୍ଟସିଟି ଆୱାର୍ଡ ପାଇଁ ମନୋନୀତ ହୋଇଛି ଭୁବନେଶ୍ବର । ପୂର୍ବାଞ୍ଚଳରେ ଏହା ଶ୍ରେଷ୍ଠ ସ୍ମାର୍ଟ ସିଟି ଭାବରେ ବିବେଚିତ ହୋଇଛି । ସ୍ମାର୍ଟ ସିଟି ମିଶନ ପକ୍ଷରୁ ହୋଇଥିବା ଇଣ୍ଡିଆ ସ୍ମାର୍ଟ ସିଟି ପ୍ରତିଯୋଗିତା-୨୦୨୨ରେ ଭୁବନେଶ୍ବର ଏହି ସଫଳତା ପାଇଛି । ମଧ୍ୟପ୍ରଦେଶର ଇନ୍ଦୋରରେ ସ୍ମାର୍ଟ ସିଟି ଲିମିଟେଡକୁ ଏହି ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ଇନ୍ଦୋର ଦେଶର ସବୁ ସ୍ମାର୍ଟ ସିଟି ଭିତରେ ଶ୍ରେଷ୍ଠ ବିବେଚିତ ହୋଇଛି ।

ଖବର ଅନୁଯାୟୀ, ସ୍ମାର୍ଟସିଟି ପ୍ରକଳ୍ପ କାର୍ୟ୍ୟକାରିତାରେ ସଫଳତା, ଇନୋଭେଟିଭ୍‌ ପ୍ରକଳ୍ପ, ସହରର ସାମଗ୍ରିକ ବିକାଶ, ନିରାପଦ ଓ ସୁସ୍ଥ ସହର ସହ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ୟ୍ୟକାରୀ କରିବାରେ ସହରର ପ୍ରଦର୍ଶନ ଭଳି ଏକାଧିକ ମାନଦଣ୍ଡକୁ ବିଚାରକୁ ନେଇ ଏହି ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି । ୮୦ଟି ସ୍ମାର୍ଟ ସିଟି ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ କଣ୍ଟେଷ୍ଟର ମୋଟ ୬ଟି ବର୍ଗ ପାଇଁ ନାମାଙ୍କନ ଭରିଥିଲେ ।

Leave A Reply

Your email address will not be published.