ଜିଓ ନିର୍ଦ୍ଦେଶକ ପଦରୁ ମୁକେଶ ଅମ୍ବାନୀଙ୍କ ଇସ୍ତଫା

0

ମୁମ୍ବାଇ: ତଥା ରିଲାଏନ୍ସ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ପାନୀ ଜିଓ କମ୍ପାନୀରେ ବଡଧରଣର ପରିବର୍ତ୍ତନ କରିଛନ୍ତି  । ଜିଓ ନିର୍ଦ୍ଦେଶକ ପଦରୁ ଏସିଆ ମହାଦେଶ ଓ ଦେଶର ଦ୍ୱିତୀୟ ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଇସ୍ତଫା  ପରେ  ଜିଓ ଟେଲିକମ କମ୍ପାନୀର ନୂଆ ଅଧ୍ୟକ୍ଷ ଭାବେ ଆକାଶ ଅମ୍ବାନୀ ନିଯୁକ୍ତ ହୋଇଛନ୍ତି । ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବା ପରେ ତାଙ୍କ ପୁଅକୁ ନିଯୁକ୍ତି ମିଳିଛି । କମ୍ପାନୀର ବୋର୍ଡ ମିଟିଙ୍ଗରେ ଆକାଶଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି  । ଜିଓ ଦେଶର ଅଗ୍ରଣୀ ୪ଜି ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ଅଟେ  । ବଜାର ନିୟନ୍ତ୍ରକ ସଂସ୍ଥା ସେବିକୁ ମଧ୍ୟ କମ୍ପାନୀରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦିଆଯାଇଛି  ।

ଗତ ବର୍ଷ ଡିସେମ୍ବରରେ ମୁକେଶ ନେତୃତ୍ୱରେ ପରିବର୍ତ୍ତନ ହେବ ବୋଲି କହିଥିଲେ  । ସେ କହିଥିଲେ, ବଡ ଲକ୍ଷ୍ୟ ହାସଲ କରିବା ପାଇଁ ନୂଆ ନେତୃତ୍ୱକୁ ଆଗକୁ ଆଣିବା ଆବଶ୍ୟକ  ।

Leave A Reply

Your email address will not be published.