ବରିଷ୍ଠ କଂଗ୍ରେସ ନେତା ତଥା ଅଭିନେତା ରାଜ୍‌ ବବରଙ୍କୁ ଦୁଇ ବର୍ଷ ଜେଲ, ଜାଣନ୍ତୁ କାହିଁକି..

0

ଲକ୍ଷ୍ନୌ(ଆମ ଟିଭି): ବରିଷ୍ଠ କଂଗ୍ରେସ ନେତା ତଥା ଅଭିନେତା ରାଜ୍‌ ବବରଙ୍କୁ ଦୁଇ ବର୍ଷ ଜେଲ। ୨୮ ବର୍ଷ ପୁରୁଣା ଏକ ମାମଲାରେ ପାଇଁ ରାଜଙ୍କୁ ଏମ୍‌ପି ଏମ୍‌ଏଲଏ କୋର୍ଟରୁ ମିଳିଛି ୨ ବର୍ଷର ଜେଲଦଣ୍ଡ। ଏହା ସହିତ କୋର୍ଟ ୮୫୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ରାଜ୍‌ ବବର ସରକାରୀ କାର୍ଯ୍ୟରେ ବାଧା ଓ ମାରପିଟ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

କୋର୍ଟଙ୍କ ରାୟ ସମୟରେ ​ରାଜ୍ ବବର ସେଠାରେ ଉପସ୍ଥିତ ଥିଲେ।କୋର୍ଟଙ୍କର ଏହି ରାୟର ଅଳ୍ପ ସମୟ ପରେ ତାଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଦୁଇଟି ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମିଳିଛି। ଏହି ମାମଲା ପ୍ରାୟ ୨୮ ବର୍ଷ ତଳର। ୨ ମଇ ୧୯୯୬ ରେ ଜଣେ ମତଦାନ ଅଧିକାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ରୁଜୁ କରାଯାଇଥିଲା। ମତଦାନ ଅଧିକାରୀ ବଜିରଗଞ୍ଜରେ ଏଫଆଇଆର ଦେଇଥିଲେ। ତାଙ୍କର ଅଭିଯୋଗ ଅନୁସାରେ, ସେତେବେଳର ସମାଜବାଦୀ ପାର୍ଟିର ପ୍ରାର୍ଥୀ ରାଜ୍‌ ବବର ମତଦାନ ଅଧିକାରୀଙ୍କ ସହ ମାରପିଟ୍‌ କରିଥିଲେ।

Leave A Reply

Your email address will not be published.