ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ ଏହି ଭାରତୀୟ ବଂଶୋଦ୍ଭବ ! ଜାଣନ୍ତୁ..

0

ଲଣ୍ଡନ(ଆମ ଟିଭି): ବ୍ରିଟେନରେ ରାଜନୈତିକ ଅସ୍ତିରତା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ପ୍ରଧାନମନ୍ତ୍ରୀ ପଦରୁ ଦେଇଛନ୍ତି ଇସ୍ତଫା । ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ସମେତ କଞ୍ଜରଭେଟିବ ପାର୍ଟିର ୪୧ ମନ୍ତ୍ରୀ ଦୁଇ ଦିନରେ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଆସନ ଛାଡିବାକୁ ଜନସନ ବାଧ୍ୟ ହୋଇଛନ୍ତି । ତେବ ଏହାରି ଭିତରେ ଏକାଧିକ ନେତାଙ୍କ ନାଁ ଚର୍ଚ୍ଚାକୁ ଆସୁଛି । ଏମାନଙ୍କ ଭିତରେ ଋଷି ସୁନକ ପିଏମ୍ ଚୌକି ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି । ସୁନକ ଇମ୍ଫୋସିସର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ । ଋଷିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ଦୌଡ଼ରେ ପେନି ମୋରଡଣ୍ଟ, ବେନ୍ ଓ୍ବାଲିସ୍, ସାଜିଦ ଜାଭେଦ, ଲିଜ୍ ଟ୍ରୁସ୍ ଏବଂ ଡୋମିନିକ ରାବ ଅଛନ୍ତି ।

ଋଷି ସୁନକଙ୍କ ବାପାମାଆ ଭାରତୀୟ । ସେମାନେ ୬୦ ଦଶକରେ ବ୍ରିଟେନର ନାଗରିକତ୍ବ ଗ୍ରହଣ କରି ନେଇଥିଲେ । ୧୯୮୦ ମେ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ବାପା ଡକ୍ତର ଥିବା ବେଳେ ମାଆ ଔଷଧ ଦୋକାନ ଚଲାଉଥିଲେ । ତିନି ଭାଇ, ଭଉଣୀଙ୍କ ମଧ୍ୟରେ ଋଷି ବଡ଼ । ଓ୍ବେଞ୍ଚଷ୍ଟର କଲେଜରେ ରାଜନୀତି ବିଜ୍ଞାନରେ ପାଠ ପଢ଼ିଥିଲେ ଋଷି । ଏହାପରେ ଅକ୍ସଫୋର୍ଡ ୟୁନିଭର୍ସିଟିରେ ନାମ ଲେଖାଇ ଥିଲେ । ସେଠାରେ ସେ ଫିଲୋସପି ଓ ଇକୋନମିକ୍ସ ସବଜେକ୍ଟରେ ପଢ଼ିଥିଲେ । ଷ୍ଟାନଫୋର୍ଡ ୟୁନିର୍ଭସିଟିରେ ଋଷି ଫୁଲ୍ ବ୍ରାଇଟ ଷ୍ଟୁଡେଣ୍ଟ ଥିଲେ । ଗ୍ରାଜୁଏସନ ପରେ ଋଷି ଗୋଲ୍ଡମ୍ୟାନ ସ୍କଚଙ୍କ ସହ କାମ କରିଥିଲେ । ପରେ ହେଜ ଫଣ୍ଡ ଫାର୍ମସରେ ପାର୍ଟନର ବନିଥିଲେ । ରାଜନୀତିରେ ପ୍ରବେଶ ପୂର୍ବରୁ ଋଷି ଏକ ବିଲିୟନ ପାଉଣ୍ଡର ଗ୍ଲୋବାଲ ଇନଭେଷ୍ଟମେଣ୍ଟ କମ୍ପାନୀ ସ୍ଥାପନ କରିଥିଲେ । ଏହା ବ୍ରିଟେନରେ ଛୋଟ ବ୍ୟବସାୟୀଙ୍କୁ ନିବେଶରେ ସହଯୋଗ କରୁଥିଲା । ଷ୍ଟାନଫୋର୍ଡ ୟୁନିର୍ଭସିଟିରେ ଏମବିଏ କରୁଥିବା ବେଳେ ଇମ୍ଫୋସିସ ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କ ସହ ଋଷିଙ୍କ ଭେଟ ହୋଇଥିଲା । ପରେ ସେ ତାଙ୍କୁ ବିବାହ କରିଥିଲେ । ଉଭୟଙ୍କୁ ଦୁଇଟି ଝିଅ ଅଛି ।

Leave A Reply

Your email address will not be published.