ପାର୍ବଣର ମହୋତ୍ସବରେ ଜୀ-ସାର୍ଥକରେ ହେବାକୁ ଯାଉଛି ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩’ର ଗ୍ରାଣ୍ଡ ଫିନାଲେ, ଅକ୍ଟୋବର ୧୫ ତାରିଖ ସନ୍ଧ୍ୟା ୬.୩୦ରେ

0

ଜୀ-ସାର୍ଥକରେ ଚଳିତ ବର୍ଷ ଜୁଲାଇ ୨୨ରୁ ଆରମ୍ଭ ହୋଇ ଦର୍ଶକଙ୍କ ମନ ଜିତିଥିବା ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩ – ଆଜି ଛୋଟ କାଲି ଉସ୍ତାଦ ‘ ପହଞ୍ଚିଛି ତାର ଶେଷ ପାହାଚରେ ଅର୍ଥାତ ଗ୍ରାଣ୍ଡ ଫିନାଲେରେ । ତେବେ ସାନ ପିଲାଙ୍କ ପାଇଁ ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସାରେଗାମାପା ଲିଟିଲ ଚାମ୍ପ ୨୦୨୩’ର ଗ୍ରାଣ୍ଡ ଫିନାଲେ ବି ହେବ ପୁରା ଗ୍ରାଣ୍ଡ ଆକାରରେ ଆସନ୍ତା ଅକ୍ଟୋବର ୧୫ ତାରିଖ ସନ୍ଧ୍ୟା ୬.୩୦ରୁ କେବଳ ଓଡ଼ିଶାର ଏକ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକରେ ।

ବହୁ ପ୍ରତିଭାବାନ ପ୍ରତିଯୋଗୀ ମାନଙ୍କୁ ନେଇ ଏହି ରିଏଲିଟି ସୋ ବିଭିନ୍ନ ପ୍ରତିଯୋଗିତା ମୂଳକ ରାଉଣ୍ଡ ଦେଇ ଗତି କରିବା ସହ ଏଲିମିନେସନ ରାଉଣ୍ଡ ଶେଷରେ ୧୦ ଜଣ ପ୍ରତିଯୋଗୀଙ୍କୁ ନେଇ ତାର ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେରେ ପହଞ୍ଚିଛି । ତେବେ ଦର୍ଶକ ମାନେ କେବଳ ପ୍ରତିଯୋଗୀ ମାନଙ୍କର ପ୍ରଦର୍ଶନ ନୁହେଁ, ଅନ୍ୟ କଳାକାର ମାନଙ୍କର ପ୍ରଦର୍ଶନ ମଧ୍ୟ ଦେଖିବାକୁ ପାଇବେ | ସିନିଅର ଲେବଲ ‘ସାରେଗାମାପା’ ବିଜେତାଙ୍କ ପ୍ରଦର୍ଶନ, ଜୀ ସାର୍ଥକର ‘ଶକ୍ତି’, ‘ସନ୍ଧ୍ୟା ରାଗିଣୀ’ ଓ ‘ତୁ ମୋ ସାଥିରେ’ ପରି ଦର୍ଶକାଦୃତ ମେଗା ଧାରାବାହିକର କଳାକାରଙ୍କ ଛଡ଼ା ଓଡିଆ ଫିଲ୍ମ ଜଗତର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଯେପରିକି ସ୍ଵରାଜ ବାରିକ, ତମନ୍ନା ବ୍ଯାସ, ଶିବାନୀ ସଙ୍ଗୀତା ଓ ଲୋକପ୍ରିୟ ଗାୟକ ଓ ଗାୟିକା ଯେପରିକି ହ୍ୟୁମାନ ସାଗର, ସତ୍ୟଜିତ, ଲୋକପ୍ରିୟ ସମ୍ବଲପୁରୀ ଗାୟକ ରୁକୁ ସୁନା, କୁଳଦୀପ ଓ ଅନନ୍ୟା ଶ୍ରିତମ ନନ୍ଦଙ୍କ ସଙ୍ଗୀତ ମଧ୍ୟ ଶୁଣିବାକୁ ପାଇବେ |

ଏଥର ଜୁରୀ ବା ବିଚାରକ ଆସନ ଅଳଙ୍କୃତ କରିଛନ୍ତି ଭାରତର ଲୋକପ୍ରିୟ ଗାୟକ କ୍ରୀଷ୍ଣା ବେଉରିଆ ଯିଏ ନିକଟରେ ଲୋକପ୍ରିୟ ହିନ୍ଦୀ ସଙ୍ଗୀତ ‘ମେରେ ଇନ୍ତିକାମ ଦେଖେଗି’ ମାଧ୍ୟମରେ ସମଗ୍ର ଦେଶର ସଙ୍ଗୀତ ପ୍ରେମୀଙ୍କ ମନ ଜିତିଛନ୍ତି । ତାଙ୍କ ସହ ଅଛନ୍ତି ଓଡ଼ିଶାର ସୁନାମଧନ୍ୟ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଯିଏ ନିଜ ସଙ୍ଗୀତ ମାଧ୍ୟମରେ ଓଡ଼ିଶା ସମସ୍ତ ଯୁବବର୍ଗଙ୍କୁ ନିଜ ଗୀତର ତାଳେ ତାଳେ ନଚାଇବାରେ ସକ୍ଷମ ହୋଇଛନ୍ତି ପୁଣି ତାଙ୍କ ସାଙ୍ଗରେ ଅଛନ୍ତି ଓଡ଼ିଆ ଦର୍ଶକଙ୍କ ହୃଦୟ ଜିତିଥିବା ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଗୁଡଲି ରଥ । ଏହି ଗ୍ରାଣ୍ଡ ଫିନାଲେ ଧମାକାରେ ହ୍ୟୁମାନ ସାଗର ନାଇଟ ଛଡା ଏହି ଜୁରୀ ବା ବିଚାରକ ମାନଙ୍କ ପ୍ରଦର୍ଶନ ବି ଉଚ୍ଚକୋଟିରେ ହେବ ବୋଲି କହିଛି ଜୀ-ସାର୍ଥକ ଟିମ୍ ।

ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କୁନି କଳାକାର ମାନଙ୍କ ପାଇଁ ଏହି ସୋ ଏକ ବଡ ପ୍ଲାଟ୍ ଫର୍ମ । ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସୁଥିବା କୁନି କଳାକାରମାନଙ୍କୁ ଭରପର ସୁଯୋଗ ମିଳିଛି । ପୂର୍ବରୁ ଏହି ‘ସାରେଗାମାପା– ସ୍ୱରର ମହାମଞ୍ଚ’ ମଞ୍ଚ ମାଧ୍ୟମରେ ଅନେକ ଯୁବ କଣ୍ଠଶିଳ୍ପୀ ଓ ‘ସାରେଗାମାପା– ଲିଟିଲ ଚାମ୍ପ’ରେ ବହୁ କୁନି କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି। ଆଗରୁ ଏହି ରିୟଲିଟି ସୋରୁ ଅନେକ ନାମୀ କଣ୍ଠଶିଳ୍ପୀ ଏବେ ଓଡିଶା ସଂଗୀତ ଦୁନିଆରେ ପ୍ରତିଷ୍ଠିତ ହୋଇଛନ୍ତି । ତେଣୁ ଏହି ରିଏଲିଟି ସୋ ର ବିଜେତା ନିଶ୍ଚୟ ଭାବରେ ଓଡିଆ ମନୋରଂଜନ ଦୁନିଆରେ ବହୁ ସୁଯୋଗର ହକଦାର ହେବେ ଓ ଏହି ଗ୍ରାଣ୍ଡ ଫିନାଲେ ଅତ୍ୟନ୍ତ ମନମୁଗ୍ଧକର ହେବ କାରଣ ହ୍ୟୁମାନ ସାଗରଙ୍କ ସ୍ପେଶାଲ ନାଇଟ ପ୍ରୋଗ୍ରାମ ରହିବ, ସେଥିପାଇଁ ଯୋଡି ହୋଇ ରୁହନ୍ତୁ ଜୀ ସାର୍ଥକ ସହ,” କହିଛନ୍ତି ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ ।

Leave A Reply

Your email address will not be published.