୨୪ ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଡଟ ପେନ*

0

ଭୁବନେଶ୍ୱର :ମୁକ୍ତିଲାଭ କଲା ଯୁବ ସିନେ ନିର୍ଦ୍ଦେଶକ ତଥା ପ୍ରଯୋଜକ ଅଶ୍ୱିନ ତ୍ରିପାଠୀ ଙ୍କ ଓଡ଼ିଆ ଚଳଚ୍ଚିତ୍ର ଡଟ ପେନ l ଆଜି କେଶରୀ ଟକିଜ ଠାରେ ଫିଲ୍ମ ର ପ୍ରିମିଅର ଶୋ’ ହୋଇଥିଲା l ଏହି ପ୍ରିମିଅର ଶୋ’ ରେ ହାଉସ ଫୁଲ୍ ଥିବା ବେଳେ ଓଡ଼ିଆ ସିନେ ଜଗତର ପ୍ରଯୋଜକ ଯୁଗଳ ଦେବତା, ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ,ଶ୍ରୀଧର ମାର୍ଥା,ଅଜୟ ରାଉତରାଏ, ଟୁଟୁ ନାୟକ, ଜ୍ୟୋତି ରଞ୍ଜନ ମହାନ୍ତି ତଥା ଅଭିନେତା ଜ୍ୟୋତି, ଶକ୍ତି ବରାଳ,ବୁଦ୍ଧାଦିତ୍ୟ ମହାନ୍ତି,ସମରେଶ,ବୁଲୁ,ରୋହନ,

ସନ୍ତୁ,ନିଜେ,ଅଭିନେତ୍ରୀଦେବଯାନୀ ,ଏଲିନା,

ଦିବ୍ୟାଦିଶା,ପ୍ରିତି ଓ ଅନ୍ୟ କଳାକାରମାନେ ଏକାଠି ବସି ସମ୍ପୂର୍ଣ୍ଣ ସିନେମା ଟିକୁ ଦେଖିଥିଲେ l ଅଭିନେତ୍ରୀ ସୁପ୍ରିୟା ନାୟକ ଙ୍କ ଆଇଟମ୍ ଗୀତ ରେ ଦର୍ଶକ ବେଶ ଝୁମିଥିଲେ l “ଡଟପେନ୍” ର ବ୍ୟବହାର କେବଳ ଲେଖିବା ପାଇଁ ହୋଇଥାଏ ହେଲେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଯୁବ ସିନେ ନିର୍ଦ୍ଦେଶକ ଅଶ୍ୱିନ ଏକ ସିନେମା ନିର୍ମାଣ କରି ଶୀର୍ଷକ ଦେଇ ତାର ଯଥାର୍ଥତା ଦର୍ଶାଇଥିବାରୁ ଅନେକ ପ୍ରଶଂସା ସାଉଁଟିଛନ୍ତି l

“ଡଟପେନ୍” ଚଳଚ୍ଚିତ୍ର ର ସଫଳତା ପଛରେ ଅଛନ୍ତି ସଂଳାପ ରେ ଡକ୍ଟର ଦୀପକ ଜେନା, କ୍ରି୍ଏଟିଭ ହେଡ଼ ଅଛନ୍ତି ରୀତିଶ ପରିଡା, ଡି.ଓ.ପି. ସାରଦା କୃଷ୍ଣ ସାହୁ, ଲାଇନ ପ୍ରଡୁସର ପୁପୁଲ ମହାନ୍ତି, କାର୍ଯ୍ୟନିର୍ବାହୀ ପ୍ରଯୋଜକ ଗଣେଶ ରାମ ଅଗ୍ରୱାଲ, ସମ୍ପାଦନା ମଳୟ ମଲ୍ଲିକ, କଲରିଷ୍ଟ ରିହାନ, ସଙ୍ଗୀତ ନିର୍ଦ୍ଦେଶନା ସୋମେଶ ଶତପଥି, ପ୍ରଚ୍ଛଦପଟ ମ୍ୟୁଜିକ ନବ୍ସ ଏବଂ ସରୋଜ, ପବ୍ଲିସିଟି ଡିଜାଇନ ବ୍ଲାକ କାନଭାସ ଆରଜିଏଫ ପ୍ରମୁଖ l ମୁଖ୍ୟ ଚରିତ୍ରରେ ଅଛନ୍ତି ଜ୍ୟୋତି, ଦିବ୍ୟା ମହାନ୍ତି, ରୋହନ, ପ୍ରୀତି, ଅଙ୍କିତ ପ୍ରମୁଖ ଅଭିନେତା, ଅଭିନେତ୍ରୀ ଅଛନ୍ତି l ଚଳଚ୍ଚିତ୍ରର ପ୍ରଚାର ପ୍ରସାର ଓ କ୍ରିଏଟିଭ୍ ହେଡ୍ ଦାୟିତ୍ୱ ରେ ଅଛନ୍ତି ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ l

Leave A Reply

Your email address will not be published.