ପୁରୀ(ଆମ ଟିଭି): ଆଜି ପୁରୀରେ କଂଗ୍ରେସ ଜୋରଦାର ପ୍ରତିବାଦ କରୁଛି । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ବାହୀନିପତି, ପୁରୀ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଦଳୀୟ କର୍ମୀ ଏକାଠି ହୋଇ ଚାରିଦ୍ୱାର ଖୋଲିବାକୁ ଦାବି କରିଛନ୍ତି । ଏଥି ସହିତ ରତ୍ନଭଣ୍ଡାରେ ଥିବା ରତ୍ନର ଗଣତି ଏବଂ ମରାମତି କାମ ଦାବି କରୁଛନ୍ତି । ପୁରୀ ଏବଂ ଖୋର୍ଦ୍ଧାରେ ଜଗନ୍ନାଥ ମହାପ୍ରଭୁଙ୍କ ଭୋଗ କରୁଥିବା ଜମିର ସ୍ଥାୟୀ ସମାଧାନ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତିବାଦ କରୁଛି କଂଗ୍ରେସ ।
ଗୁଣ୍ଡିଚା ମନ୍ଦିରଠୁ ଶ୍ରୀମନ୍ଦିର ପର୍ୟ୍ୟନ୍ତ ଏକ ବିଶାଳ ଜନସମାବେଶର ଆୟୋଜନ ହୋଇଛି । ସେପଟେ ଶ୍ରୀମନ୍ଦିର ପ୍ରସଙ୍ଗରେ ବିଜେପି ମଧ୍ୟ ତତ୍ପରତା ଦେଖାଇଛି । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ରତ୍ନଭଣ୍ଡାର ଖୋଲିବା ଦାବିରେ ଗଜପତି ମହାରାଜାଙ୍କୁ ଭେଟିବେ ବୋଲି କହିଛନ୍ତି ।