ଶିରିଡିରେ ସାଇବାଙ୍କ ଦର୍ଶନ କଲେ ମୋଦୀ
ଶିରିଡିି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିରିଡିରେ ପହଞ୍ଚି ସେଠାରେ ସାଇବାବା ମନ୍ଦିରରେ ଦର୍ଶକରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବାଇସ, ସିଏମ ଏକନାଥ ସିନ୍ଦେ ଏବଂ ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ମହାରାଷ୍ଟ୍ର ଗସ୍ତ ସମୟରେ ‘ନାମୋ ଶେଟକରୀ ମହାସମାନ ନିଧି ଯୋଜନା’ ଆରମ୍ଭ କରିବେ । ଏହା ସହିତ ସେ ମହାରାଷ୍ଟ୍ରରେ ପ୍ରାୟ ୭,୫୦୦ କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ସାଇବାବା ମନ୍ଦିରରେ ପ୍ରାର୍ଥନା କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ଦର୍ଶନ କତାର କମ୍ପ୍ଲେକ୍ସର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ନିଲୱାଣ୍ଡେ ଡ୍ୟାମର ଜଲ ପୂଜନ କାର୍ଯ୍ୟ କରିବେ ଏବଂ ବନ୍ଧର ଏକ କେନାଲ ନେଟୱାର୍କ ଦେଶ ପାଇଁ ଉତ୍ସର୍ଗ କରିବେ । ଶିର୍ଡିରେ ଏକ ସାଧାରଣ କାର୍ଯ୍ୟକ୍ରମରେ ସେ ସ୍ୱାସ୍ଥ୍ୟ, ରେଳ, ସଡକ ଏବଂ ତ କ୍ଟସକ୍ଷ ଳ ଏବଂ ଗ୍ୟାସ ଭଳି କ୍ଷେତ୍ରରେ ପ୍ରାୟ ୭୫୦୦ କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ, କେତେକଙ୍କୁ ଦେଶ ପାଇଁ ଉତ୍ସର୍ଗ କରିବେ ଏବଂ ଅନ୍ୟର ମୂଳଦୁଆ ପକାଇବେ ।