ପୁଣି ଅଡୁଆରେ ମମତାଙ୍କ ମନ୍ତ୍ରୀ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟାର୍ଗେଟ୍ରେ ମମତା ବାନାର୍ଜୀ। ତାଙ୍କ ମନ୍ତ୍ରୀଙ୍କ ଘରେ ପଶିଲା ଇଡି। ରାସନ ବଣ୍ଟନ ଦୁର୍ନୀତି ମମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକଙ୍କ ବାସଭବନରେ ଚଢ଼ାଉ କରିଛି। ଗତ ସପ୍ତାହରେ ଏହି ସମାନ ମାମଲାରେ ଇଡି ବ୍ୟବସାୟୀ ବକିବୁର ରହମାନଙ୍କୁ ଗିରଫ କରିଥିଲା। ବକିବୁର ରହମାନ ମନ୍ତ୍ରୀ ଜ୍ୟୋତିପ୍ରିୟାଙ୍କ ଅତି ନିକଟତର ବୋଲି କୁହାଯାଉଛି।
ସୂଚନା ମୁତାବକ ଇଡିର ଏକ ଟିମ୍ ଆଜି କୋଲକାତାର ସଲ୍ଟ ଲେକ୍ ସ୍ଥିତ ଶାସକ ଟିଏମ୍ସିର ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟାଙ୍କ ଦୁଇଟି ଫ୍ଲାଟ୍ରେ ଚଢ଼ାଉ କରିଛି। ଏଥିସହ ମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକଙ୍କ ସମେତ ଅନ୍ୟ ଆଠଟି ଫ୍ଲାଟରେ ମଧ୍ୟ ଚଢ଼ାଉ କରାଯାଇଛି।