ଭୁବନେଶ୍ୱର(ଆମ ଟିଭି): ୨୦୦୦ ଟଙ୍କିଆ ନୋଟ୍ ବଦଳ ଘଟଣାକୁ ଗୁରୁତର ସହ ନେଇଛି ଇଓଡବ୍ଲୁ । ଇଓଡବ୍ଲୁ ଓ ଇଡି ଆରବିଆଇକୁ ଯାଇ ବିଭିନ୍ନ ଦିଗ ଉପରେ ଯାଞ୍ଚ କରୁଛନ୍ତି । ଆରବିଆଇରୁ ୪ ଦିନର ସିସିଟିଭି ଫୁଟେଜ ଓ ତଥ୍ୟ ନେଇଥିବା ବେଳେ ଆରବିଆଇ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଟଙ୍କା ବଦଳ ପଛରେ କେଉଁ ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି, ସେନେଇ ତନାଘନା ଚାଲିଛି ।
ଇଓଡବ୍ଲୁ ଟିମ୍ ବ୍ୟାଙ୍କର ୪ ଦିନର ଦେଣ ନେଣ ତଥ୍ୟ ହାତେଇଛି । ବ୍ୟାଙ୍କର ସିସିଟିଭି ଫୁଟେଜ ସହ ଆକାଉଣ୍ଟରେ ଜମା ଓ ବଦଳ କରୁଥିବା ବ୍ୟକ୍ତିଙ୍କ ତଥ୍ୟ ମାଗିଛି । ଯେଉଁ ଲୋକମାନେ ବାରମ୍ବାର ଟଙ୍କା ଜମା ଓ ବଦଳ କରୁଥିବେ, ସେମାନଙ୍କ ତାଲିକା କରାଯିବ । ଯଦି ଜମା ବା ବଦଳ ଅର୍ଥ ସନ୍ଦେହଜନକ ଥିବ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଜେରା କରାଯିବ ।