ଛତିଶଗଡରେ ବିସ୍ଫୋରଣ, ୨ ଯବାନ ଓ ୨ ପୁଲିଂ କର୍ମଚାରୀ ଆହତ

0

ନୂଆଦିଲ୍ଲୀ (ଆମ ଟିଭି): ଛତିଶଗଡ଼ରେ ମାଓ ହିଂସା ଦେଖିବାକୁ ମିଳିଛି। କାଙ୍କେର ଓ ନାରାୟଣପୁର ଜିଲ୍ଲାରେ ବିସ୍ଫୋରଣ ହୋଇଛି । ଏଥିରେ ୨ ଯବାନ ଓ ଦୁଇ ଜଣ ପୁଲିଂ କର୍ମଚାରୀ ଆହତ ହୋଇଛନ୍ତି । କାଙ୍କେର ଜିଲ୍ଲା ଛେଟେବିଟିଆ ଥାନା ଙ୍ଗୋୱାହିଠାରେ ୩ଟି ବିସ୍ଫୋରଣ ହୋଇଥିଲା । ୪ଟି ପୁଲିଂ ଦଳକୁ ନେଇ ଯବାନ ଯାଉଥିବା ବେଳେ ବିସ୍ଫୋରଣ ହୋଇଥିଲା ।

ଏଥିରେ ଜଣେ ବିଏସଏଫ୍ ଯବାନ ଆହତ ହୋଇଛନ୍ତି । ସେହିପରି ନାରାୟଣପୁରରେ ଆଇଇଡି ବିସ୍ଫୋରଣ ହୋଇଛି । ଏଠାରେ ହୋଇଥିବା ବିସ୍ଫୋରଣରେ ୫୩ ବାଟାଲିଅନର ଆଇଟିବିପି ଯବାନ ଆହତ ହୋଇଛନ୍ତି । ସେହିପରି ସୋନପୁର ଅଂଚଳରେ ମଧ୍ୟ ସର୍ଚ୍ଚ ଅପରେସନ୍ ବେଳେ ବିସ୍ଫୋରଣ ହୋଇଛି । ଅନ୍ୟପଟେ ଚାରିଆଡେ ଡ୍ରୋନ୍ ନଜର ରଖିଛି ।

Leave A Reply

Your email address will not be published.