ପ୍ରଚାର ବେଳେ ପ୍ରଚାର ଗାଡିରୁ ଖସିପଡିଲେ କେସିଆରଙ୍କ ପୁଅ
କ୍ୟାମ୍ପେନ ବେଳେ ମିନି ବସ୍ରୁ ଖସିପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ। ତାଙ୍କ ସହ ଜଣେ କି ଦୁଇ ଜଣ ନୁହେଁ ଏକାଧିକ ନେତା ଓ ମନ୍ତ୍ରୀ ପ୍ରଚାର ଗାଡିରୁ ତଳେ ଗଳି ପଡିଛନ୍ତି। ନିଜାମାବାଦର ଆର୍ମୁରରେ ଘଟିଛି ଏହି ଘଟଣା। ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତେଲେଙ୍ଗାନା ମନ୍ତ୍ରୀ କେଟିଆର୍। ଏହି ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି।
ଆଗକୁ ତେଲେଙ୍ଗାନ ବିଧାନସଭା ନିର୍ବାଚନ। ଏଥିପାଇଁ ଆଜି ନିଜାମାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ଙ୍କ ପୁଅ କେଟିଆର୍ ବିଆର୍ଏସ୍ ପ୍ରଚାର ମିିନି ବସ୍ର ଉପରେ ତିଆରି ହୋଇଥିବା ଏକ ରୁଫଟପ୍ ବାଲକୋନୀରେ ଠିଆ ହୋଇ ପ୍ରଚାର କରୁଥିଲେ। ତାଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ଏହି ରାଲିରେ ସାମିଲ ହୋଇଥିଲେ।